ଏଲ୍‌ପିଜି ସିଲିିଣ୍ଡର ବ୍ୟବହାର କରୁଥିଲେ ସୁରକ୍ଷିତ ରହିବା ପାଇଁ ଜାଣି ରଖନ୍ତୁ ଏହି ୭ଟି ଜରୁରୀ ଜିନିଷ

ଅନେକ ସମୟରେ ଘରେ ବା କୌଣସି ଦୋକାନମାନଙ୍କରେ ବ୍ୟବହୃତ ହେଉଥିବା ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁର୍ଘଟଣା ଘଟିବାର ଖବର ଆସିଥାଏ । କିଛି ଲୋକ ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ସାବଧାନତା ଅବଲମ୍ବନ କରୁ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥାଏ । ତେବେ ସୁରକ୍ଷିତ ରହିବା ପାଇଁ କ’ଣ କରିବା ଦରକାର ବା କିଭଳି ଭାବରେ ଏଲ୍‌ପିଜି ସିଲିଣ୍ଡର ବ୍ୟବହାର କରିବା ଦରକାର, ତାହା ସମସ୍ତଙ୍କୁ ପ୍ରଥମେ ଜାଣିବା ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ…..

୧. ସିଲିଣ୍ଡର କିଣିବା ସମୟରେ ତାହା ବିସିଆଇ ଆପ୍ରୁଭ୍‌ଡ୍‌ କି ନାହିଁ ଦେଖନ୍ତୁ । ଏହା ସହ ସେଥିରେ ବିସିଆଇ ଆପ୍ରୁଭ୍‌ଡ୍‌ ରେଗୁଲେଟର ଏବଂ ରବର ଟ୍ୟୁବ୍‌ ହିଁ ଲଗାନ୍ତୁ ।

୨. ସିଲିଣ୍ଡର ନେବା ପୂର୍ବରୁ ତାହାର କ୍ୟାପ୍‌ ଠିକ୍‌ ଭାବରେ ବନ୍ଦ ହେଉଛି କି ନାହିଁ ଦେଖନ୍ତୁ । ଯଦି ଆପଣ ସିଲିଣ୍ଡରର ବ୍ୟବହାର ଜାଣି ନାହାନ୍ତି, ତେବେ ଡେଲିଭରି ବଏକୁ ଡେମୋ ଦେଖାଇବା ପାଇଁ କୁହନ୍ତୁ ।

Oryx Energies

୩. ଗ୍ୟାସ ଉପକରଣର ସମୟ ସମୟରେ ସର୍ଭିସିଂ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ । ନିଜେ ନିଜେ ସର୍ଭିସିଂ କରିବା ପାଇଁ ଚେଷ୍ଟା ନ କରି ଡିଷ୍ଟ୍ରିବ୍ୟୁଟରକୁ ସଂପର୍କ କରନ୍ତୁ ।

୪. ଗ୍ୟାସ୍‌ ସରିଯିବା ପରେ ଖାଲି ଥିବା ସିଲିଣ୍ଡରୁ ଥଣ୍ଡା ସ୍ଥାନରେ ରଖନ୍ତୁ । ଯେଉଁଠାକୁ ବାହାର ପବନ ଆତଜାତ ହୋଇ ପାରୁଥିବ ।

୫. ଯଦି ଗ୍ୟାସ୍‌ ଲିକ୍‌ ହେଉଥିବା ଦେଖନ୍ତି, ତେବେ ତୁରନ୍ତ ରେଗୁଲେଟର ବନ୍ଦ କରି ବର୍ଣ୍ଣର ନବ୍‌କୁ ମଧ୍ୟ ବନ୍ଦ କରନ୍ତୁ । ଏହା ସହ ଘରର ମେନ୍‌ ସୁଇଚ୍‌ ମଧ୍ୟ ବନ୍ଦ କରି ଦିଅନ୍ତୁ ।

Patrika

୬. ସିଲିଣ୍ଡରକୁ ସବୁବେଳେ ସିଧା ରଖିବା ପାଇଁ ଚେଷ୍ଟା କରନ୍ତୁ ।

ସମ୍ବନ୍ଧିତ ଖବର