ଭିଟାମିନ୍ରେ ଭରା ବିଟ୍ରୁଟ୍। ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ସୋଡିୟମ୍, ଜିଙ୍କ୍, ପୋଟାସିୟମ୍, େସଲେନିୟମ୍, ଭିଟାମିନ୍ ଡି ଆଦି ଭରି ରହିଛି। ଏଣୁ ଦୈନନ୍ଦିନ ଖାଇବାରେ ଏହାକୁ ସାମିଲ କରିବା ଉଚିତ। ନିୟମିତ ବିଟ୍ ଖାଇଲେ କ୍ୟାନ୍ସର୍ରୁ ମୁକ୍ତି ମିଳେ। ଶରୀର ଫିଟ୍ ରହେ ବୋଲି କୁହାଯାଉଛି। ତ୍ବଚାରେ ମଧ୍ୟ ଚମକ ଆସିଥାଏ। ଏଣୁ ସାଲାଡ୍, ଜୁସ୍ ଇତ୍ୟାଦି ସହିତ ସହଜରେ ମିଳୁଥିବା କେତେଟି ପନିପରିବାରେ ବିଟ୍ ମିଶେଇ ଆସନ୍ତୁ ଘରେ ତିଆରି କରିବା ବିଟ୍ରୁ ପ୍ରସ୍ତୁତ ନାନା ରକମର ରେସିପି...
ବିଟ୍ରୁଟ୍ କାଞ୍ଜି: ଗୋଟେ ବିଟ୍, ଗୋଟେ ମଧ୍ୟମ ଅାକାରର ଗାଜର, ଦୁଇଟି ଅଁଳା, ଗୋଟେ ଇଞ୍ଚର କଞ୍ଚା ହଳଦୀ ବା ଅଧା ଚାମଚ ହଳଦୀଗୁଣ୍ଡ, ଗୋଟେ ଇଞ୍ଚର ଅଦା, ଟିପେ ହେଙ୍ଗୁ, ଅଧଚାମଚ ଗୋଲମରିଚ ଗୁଣ୍ଡ, େଗାଟେ ଚାମଚ ବିଟ୍ ଲୁଣ, ଗୋଟେ ଚାମଚ କଳା ଓ ଗୋଟେ ଚାମଚ ଧଳା ସୋରିଷଗୁଣ୍ଡ, ସ୍ବାଦ ଅନୁସାରେ ଲୁଣ ନିଅନ୍ତୁ। ସବୁ ସାମଗ୍ରୀ ଛୋଟଛୋଟ ଖଣ୍ଡରେ କାଟି ଏକ କାଚ ଜାର୍ରେ ରଖନ୍ତୁ। ଏଥିରେ ଦେଢ଼ ଲିଟର ପାଣି ମିଶାନ୍ତୁ। ସବୁକୁ ଗୋଟିଏ ଚାମଚରେ ଭଲ ଭାବେ ଘାଣ୍ଟି ମିଶେଇ ଜାର୍ ବନ୍ଦ କରନ୍ତୁ। ଦୁଇଦିନ ଖରାରେ ରଖିଲେ ପ୍ରସ୍ତୁତ େହାଇଯିବ ସ୍ବାସ୍ଥ୍ୟକର ପ୍ରୋବାୟୋଟିକ୍ ପାନୀୟ କାଞ୍ଜି। ତେବେ ଖରା ନପଡୁଥିଲେ ଟିକେ ସମୟ ଅଧିକ ଲାଗିବ।
ବିଟ୍ରୁଟ୍ କବାବ୍: ଗୋଟେ ଗାଜର, ଦୁଇଟି ବିଟ୍, ଗୋଟେ ଆଳୁ, ଗୋଟେ କପ୍ ଭିଜା ବୁଟ ଡାଲି, କଞ୍ଚାଲଙ୍କା, ସ୍ବାଦ ଅନୁସାରେ ଲୁଣ ମିଶେଇ ପ୍ରେସର୍ କୁକର୍ରେ ସିଝାଇ ଦିଅନ୍ତୁ। ୧୦୦ ଗ୍ରାମ୍ ପନିର୍କୁ ଗ୍ରେଟ୍ କରି ସେଥିରେ ଅଳ୍ପ ଚିନି, ଲୁଣ, ଅଳ୍ପ ଗରମ ମସଲା ମିଶାଇ ରଖନ୍ତୁ। ଏଥର ସମସ୍ତ ସିଝା ସାମଗ୍ରୀରେ ଗୋଟେ ଚାମଚ ଅଦା ରସୁଣ ବଟା, ଚୁନ୍ଚୁନ୍ କଟା ଗୋଟେ ବଡ଼ ପିଆଜ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ଗୁଣ୍ଡ/ଲେମ୍ବୁରସ, କିଚେନ୍ କିଙ୍ଗ୍ ମସଲା ଗୋଟେ ଚାମଚ, କଟା ଧନିଆପତ୍ର, କଟା ପୋଦିନା ପତ୍ର ମିଶାଇ ଭଲକି ଚକଟି ଦିଅନ୍ତୁ। ଏଥର ସେଥିରେ ଅଧାକପ୍ ବ୍ରେଡ୍ କ୍ରମ୍ବ ବା ପାଉଁରୁଟି ଗୁଣ୍ଡ ମିଶାନ୍ତୁ। ଶେଷରେ ପନିର୍ ମିଶ୍ରଣ ଦେଇ ହାତରେ ଘିଅ ମାଖି ପସନ୍ଦ ଅନୁସାରେ ବିଟ୍ କଟ୍ଲେଟ୍ ତିଆରି କରନ୍ତୁ। ମିଶ୍ରଣ ଟିକେ ପାଣିଆ ଲାଗିଲେ ପାଉଁରୁଟି ଗୁଣ୍ଡ ବା େଗାଟେ ଚାମଚ କର୍ଣ୍ଣଫ୍ଲୋର୍ ମିଶାନ୍ତୁ। ଏହାକୁ ଆପଣ ତାୱାରେ ଅଳ୍ପ ତେଲ/ଘିଅ ଦେଇ ସେକି ଦିଅନ୍ତୁ। ଧନିଆ ବା ପୋଦିନା ଚଟଣି ସହିତ ଖାଇଲେ ଏହି ବିଟ୍ କବାବ୍ ବେଶ୍ ଭଲ ଲାଗିବ।
ବିଟ୍ରୁଟ୍ ଚଟଣି: ଅଧକିଲୋ ତାଜା ବିଟ୍ ନେଇ ଏହାକୁ ଧୋଇ, ପୋଛି, ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। କଢ଼େଇରେ ଏକ କପ୍ ପାଣି ଗରମ କରନ୍ତୁ। ଗରମ ପାଣିରେ ବିଟ୍ ଖଣ୍ଡଗୁଡ଼ିକ ଦିଅନ୍ତୁ। ଏଥିରେ ୧୦/୧୫ଟି କାଶ୍ମିରୀ ନାଲି ଲଙ୍କା, ଶହେ ଗ୍ରାମ୍ ମଞ୍ଜି ନଥିବା ତେନ୍ତୁଳି, ଶହେ ଗ୍ରାମ୍ ଚୋପାଛଡ଼ା ରସୁଣ ଖଣ୍ଡ ମିଶେଇ କଢ଼େଇକୁ ଢାଙ୍କି ମଧ୍ୟମ ଆଞ୍ଚରେ ୧୦ରୁ ୧୫ ମିନିଟ୍ ସିଝେଇ ଦିଅନ୍ତୁ। ମିଶ୍ରଣ ଭଲକରି ଥଣ୍ଡା ହୋଇଗଲା ପରେ ଏକାଠି ଗ୍ରାଇଣ୍ଡ୍ କରିଦିଅନ୍ତୁ। ଏଥର କଡ଼େଇ ବସେଇ ଦୁଇକପ୍ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ଗୋଟେ ଚାମଚ ଜିରା, ଗୋଟେ ଚାମଚ ସୋରିଷ, ଅଧା ଚାମଚ ମେଥି, ଗୋଟେ ଚାମଚ ଖଦଡ଼ ହୋଇଥିବା ଧନିଆ, ଗୋଟେ ଛୋଟ ଚାମଚ ହେଙ୍ଗୁ ଦିଅନ୍ତୁ। ଚାହିଲେ ଏଥିରେ ଭୁର୍ସୁଙ୍ଗ ପତ୍ର ଓ ଗୋଟେ ଚାମଚ ବୁଟ ଡାଲି ମିଶେଇ ପାରିବେ। ମସଲାରୁ ସୁଗନ୍ଧ ଆସିଲେ ଚଟଣି ମିଶେଇ ଦିଅନ୍ତୁ। ମିଶ୍ରଣରୁ ତେଲ ଛାଡ଼ିବା ପର୍ଯ୍ୟନ୍ତ ଅର୍ଥାତ୍ ଲଗାତାର ଦଶମିନିଟ୍ ଯାଏ ଘାଣ୍ଟନ୍ତୁ। ଏହି ସମୟରେ ଦରକାର ଥିଲେ ଲୁଣ ମିଶାନ୍ତୁ। କାଚ ବୋତଲରେ ପୂରେଇ ଏହି ଚଟଣି ଫ୍ରିଜ୍ରେ ରଖିଲେ ବର୍ଷେ ଯାଏ ରହିପାରିବ। ଆପଣ ଏଥିରେ ଅଧିକ ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/10/7TtqIe84g3FvKjRhzyts.jpg)