ଦୁନିଆର ସବୁଠୁ ବଡ ହୀରା ଖଣିର ରହସ୍ୟ, ଏହା ଉପର ଦେଇ ଯାଉଥିବା ହେଲିକପ୍ଟର ହୁଏ ଦୁର୍ଘଟଣାଗ୍ରସ୍ତ

ପୂର୍ବ ସାଇବେରିଆରେ ଅବସ୍ଥିତ ‘ମିିରନୀ ଖଣି’ ଏହା ଦୁନିଆର ସବୁଠୁ ବଡ ହୀରା ଖଣି ଅଟେ । ଏହି ଖଣିରୁ ବିପୁଳ ପରିମାଣରେ ହୀରା ବାହାରି ଥାଏ । ଏହି ଖଣିର ଗଭୀର ୧୭୨୨ ଫୁଟ ହେଇଥିବା ବେଳେ ଚଉଡା ୩୯୦୦ ଫୁଟ ଅଟେ । ଏହା ଦୁନିଆର ଦ୍ୱିତୀୟ ମଣିଷ୍ୟକୃତ ଗୁମ୍ଫା ଅଟେ । ସୋଭିଏତ ଭୂବିଜ୍ଞାନୀମାନଙ୍କର  ଏକ ଦଳ  ୧୯୫୫ ମସିହା ଜୁନ ୧୩ ତରିଖରେ ଏହି ଖଣିକୁ ଖୋଜି ବାହାର କରିଥିଲେ । କିନ୍ତୁ ୧୯୫୭ ମସିହାରେ ଏହି ଖଣିର ବିକାଶ କରାଯାଇଥିଲା । ଏଠାରେ ବର୍ଷର ଅଧିକାଂଶ ସମୟ ପାଣିପାଗ ଖରାପ ରୁହେ, ଶୀତ ରୁତୁରେ ତାପମାତ୍ରା ଏତେ ତଳକୁ ଖସିଯାଏ ଯେ ଗାଡିରେ ଥିବା ତେଲ କଠିନ ହୋଇଯାଏ । ବେଳେବେଳେ ଗାଡି ଟାୟାର ମଧ୍ୟ ଫାଟିଯାଏ । ଖଣିକୁ ଖୋଲିବା ପାଇଁ ଡାଇନାମାଇଟ ଓ ଜେଟ ଇଞ୍ଜିନର ବ୍ୟବହାର କରାଯାଏ । ଖଣିର ଉଦ୍ଭାବନ ହେବା ପରେ ରୁଷିଆ ପୃଥିବୀର ତୃତୀୟ ଖଣି ଉତ୍ପାଦନ ଦେଶ ହୋଇଥିଲା । ଏହା ଖଣିରୁ ପ୍ରତି ବର୍ଷ ୧ କୋଟି କ୍ୟାରେଟର ହୀରା ଉତ୍ପାଦନ ହେଉଥିଲା ।

ଏହା ଖଣିର ଆକାର ଏତେ ବଡ ଯେ ଏହା ଉପର ଦେଇ ଯାଉଥିବା ହେଲିକପ୍ଟର ଖଣିର ଗଭୀରରୁ ଆସୁଥିବା ପବନ ପ୍ରଭାବରେ ଦୁର୍ଘଟଣା ଗ୍ରସ୍ତ ହୋଇଥାଏ । ଏପରି ଘଟଣା ବାରମ୍ବାର ଘଟିବା ପରେ ଖଣି ଉପର ଦେଇ ହେଲିକପ୍ଟର ଯିବାକୁ ବାରଣ କରାଯାଇଥିଲା । ବର୍ଷ ୨୦୧୧ ଠାରୁ ଏହି ଖଣିକୁ ପୁରାପୁରି ଭାବେ ବନ୍ଦ କରି ଦିଆଯାଇଛି ।

ସମ୍ବନ୍ଧିତ ଖବର