ଜରାୟୁ କର୍କଟ କ’ଣ?
ସର୍ଭିକ୍ସ ବା ଜରାୟୁ କହିଲେ ଆମେ ଗର୍ଭାଶୟର ମୁଖଭାଗକୁ ବୁଝିଥାଉ। ଭାରତରେ ଜରାୟୁ କର୍କଟ ମହିଳାମାନଙ୍କର ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା। ଶିକ୍ଷା, ସଚେତନତା ଓ ପର୍ଯ୍ୟାପ୍ତ ସ୍କ୍ରିନିଂ ଅଭାବରୁ ଏହି ରୋଗରେ ଆକ୍ରାନ୍ତ ମହିଳାମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଏହି ରୋଗର କାରଣ କ’ଣ?
ଏହି ରୋଗର ମୁଖ୍ୟ କାରଣ ହେଉଛି ହ୍ୟୁମାନ୍ ପାପିଲୋମା ଭାଇରସ୍ (ଏଚ୍ପିଭି) ସଂକ୍ରମଣ। ଏହାସହିତ ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍ (ଏସ୍ଟିଡି) ମଧ୍ୟ ଜରାୟୁ କର୍କଟ କରାଇପାରେ। ବାରମ୍ବାର ଗର୍ଭଧାରଣ, ଅଳ୍ପ ବୟସରେ ଯୌନକ୍ରିୟା ଓ ଅସୁରକ୍ଷିତ ଯୌନ ସଂପର୍କ, ଧୂମପାନ, ଅସ୍ବଚ୍ଛ ପରିବେଶ, ଦୀର୍ଘଦିନ ଧରି ଗର୍ଭନିରୋଧକ ଔଷଧର ସେବନ ଆଦି ଏହି ରୋଗର କାରଣ।
ଜରାୟୁ କର୍କଟର ଲକ୍ଷଣଗୁଡ଼ିକ କ’ଣ?
ଜରାୟୁ କର୍କଟର ଲକ୍ଷଣଗୁଡ଼ିକ ହେଉଛି ଅନିୟମିତ ଋତୁସ୍ରାବ, ଦୁଇଟି ଋତୁସ୍ରାବ ମଧ୍ୟରେ ବୁନ୍ଦା ବୁନ୍ଦା ରକ୍ତ ପଡ଼ିବା, ଦୀର୍ଘଦିନ ଧରି ବା ଅତ୍ୟଧିକ ଋତୁସ୍ରାବ ହେବା, ମେନୋପଜ୍ ପରେ ରକ୍ତସ୍ରାବ, ଯୌନ ସଂପର୍କ ପରେ ରକ୍ତସ୍ରାବ, ଯୋନିରୁ ଅସାଧାରଣ ଭାବେ ଦୁର୍ଗନ୍ଧ ସ୍ରାବ ହେବା।
ଜରାୟୁ କର୍କଟର ନିରାକରଣ ସମ୍ଭବ କି?
ଜରାୟୁ କର୍କଟର ନିରାକରଣ ସମ୍ଭବ। ପ୍ୟାପ୍ ସ୍ମିଅର୍ ଟେଷ୍ଟ ଓ ଏଚ୍ପିଭି ପରୀକ୍ଷା ଏବଂ ନିୟମିତ ସ୍କ୍ରିନିଂ ମାଧ୍ୟମରେ ଜରାୟୁ କର୍କଟକୁ ପ୍ରାଥମିକ ପର୍ଯ୍ୟାୟରୁ ହିଁ ଚିହ୍ନଟ କରିହେବ। ଏହା ଫଳରେ କର୍କଟ ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ରୋଗୀଙ୍କର ଚିକିତ୍ସା ଆରମ୍ଭ କରାଯାଇପାରିବ।
ଏହାର ଚିକିତ୍ସା ବିକଳ୍ପ ରହିଛି କି?
ଏଚ୍ପିଭିର ଟିକାକରଣ ହେଉଛି ସର୍ବଶ୍ରେଷ୍ଠ ବିକଳ୍ପ। ୯ ବର୍ଷର କିଶୋରୀଙ୍କଠାରୁ ଆରମ୍ଭ କରି ୪୫ ବର୍ଷର ମହିଳାମାନେ ଏହି ଟିକା ନେଇପାରିବେ। ଏହା ସଂପୂର୍ଣ୍ଣ ନିରାପଦ। ଯୌନକ୍ରିୟା ଆରମ୍ଭ ବୟସ ପୂର୍ବରୁ ଏହି ଟିକା ନେଲେ ସର୍ବଶ୍ରେଷ୍ଠ ସୁରକ୍ଷା ମିଳିଥାଏ। ଜରାୟୁ କର୍କଟର ଚିକିତ୍ସା ରୋଗର ପର୍ଯ୍ୟାୟ ବା ଷ୍ଟେଜ୍ ଉପରେ ନିର୍ଭର କରେ। ଅସ୍ତ୍ରୋପଚାର, ରେଡିଓଥେରାପି ଓ କେମୋଥେରାପି ଦ୍ବାରା ଏହାର ଚିକିତ୍ସା ସମ୍ଭବ। ପ୍ରାଥମିକ ପର୍ଯ୍ୟାୟରୁ ରୋଗ ନିରୂପଣ ହୋଇପାରିଲେ କ୍ରାୟୋଥେରାପି ଅଥବା ଲେଜର୍ ଦ୍ବାରା ମଧ୍ୟ ରୋଗୀ ଆରୋଗ୍ୟ ହୋଇପାରିବେ।
ଜରାୟୁ କର୍କଟର ଚିକିତ୍ସା ସମ୍ଭବ
ସର୍ଭିକ୍ସ ବା ଜରାୟୁ କହିଲେ ଆମେ ଗର୍ଭାଶୟର ମୁଖଭାଗକୁ ବୁଝିଥାଉ। ଭାରତରେ ଜରାୟୁ କର୍କଟ ମହିଳାମାନଙ୍କର ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା। ଶିକ୍ଷା, ସଚେତନତା ଓ ପର୍ଯ୍ୟାପ୍ତ ସ୍କ୍ରିନିଂ ଅଭାବରୁ ଏହି ରୋଗରେ ଆକ୍ରାନ୍ତ ମହିଳାମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
/sambad/media/media_files/2025/04/23/oG4C9VsaScxLHhITdmyu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)