୧୯୪୩ରେ ପ୍ରତିଷ୍ଠିତ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିଲେ। ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ୪ର୍ଥ ରାଷ୍ଟ୍ରପତି ଭାବେ ଶ୍ରୀ କୋବିନ୍ଦ ଏହି କ୍ୟାମ୍ପସରେ ପାଦ ରଖିଥିଲେ। ତାଙ୍କ ପୂର୍ବରୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ୧୯୫୮ରେ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୯୬୨ରେ ଓ ୨୦୧୩ରେ ପ୍ରଣବ ମୁଖାର୍ଜୀ ଏଠାକୁ ଆସିଥିଲେ। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନିଜର ପୁରାତନ ବନ୍ଧୁ ତଥା ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କ ପଗଡ଼ି ଦେଖି ଚିହ୍ନିବା ଓ ସାକ୍ଷାତ କରିବା ପ୍ରସଙ୍ଗ ଆକର୍ଷଣ ପାଲଟିଥିଲା। ଆସନ୍ତା ୨୭ରେ ରାଜେନ୍ଦ୍ର କଲେଜର ପ୍ଳାଟିନମ୍ ଜୁବୁଲି ଉତ୍ସବରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବର୍ଷ ଶ୍ରୀ ନାଇଡ଼ୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, କିଟ୍ ବିଶ୍ବବିଦ୍ୟାଳୟକୁ ମଧ୍ୟ ଗସ୍ତ କରିସାରିଛନ୍ତି।
ଇତି ଊଣେଇଶ (ଶିକ୍ଷା) : ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଦେଲେ ମାର୍ଗଦର୍ଶନ
/sambad/media/post_attachments/wp-content/uploads/2019/12/edu3-bk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)