ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଏକ ଗାଈ ଭିଆଇପି ହୋଇ ରେସ୍ତୋରାଁରେ ପହଞ୍ଚିଥିଲା। ରେସ୍ତୋରାଁ ମାଲିକ ମନ୍ତ୍ର ଓ ଶଙ୍ଖ ଧ୍ବନୀ ସହିତ ଗାଈ ଦ୍ବାରା ତାଙ୍କ ପ୍ରତିଷ୍ଠାନର ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ଉତ୍ସବରେ ସାମିଲ ହୋଇଥିବା ଲୋକେ କରତାଳି ଦେଇ ଏହାକୁ ସ୍ବାଗତ କରିଥିଲେ।
ସ୍ବତନ୍ତ୍ର ଭାବେ ଉଦ୍ଘାଟନ ହୋଇଥିବା ଏହି ରେସ୍ତୋରାଁରେ ଜଳଖିଆ ଠାରୁ ଆରମ୍ଭ କରି ରାତିଭୋଜନ ଖାଇ ପାରିବେ ଗ୍ରାହକ। ଏଠାରେ ସମସ୍ତ ଖାଦ୍ୟ ଜୈବିକ କୃଷି ଉତ୍ପାଦନରୁ ଉତ୍ପାଦିତ ପନିପାରିବା ଓ ଖାଦ୍ୟଶସ୍ୟରୁ ପ୍ରସ୍ତୁତ ହେବ। ଜୈବିକ ଚାଷ ପ୍ରଣାଳୀ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ନ ପକାଇ ରୋଗ ପୋକ ନିୟନ୍ତ୍ରଣ କରିଥାଏ । ନିଜ ଜମିରେ ଓ ପରିବେଶରେ ଉପଲବ୍ଧ ସାଧନକୁ ବ୍ୟବହାର କରି ଏହି ପ୍ରକ୍ରିୟା କରାଯାଉଥିବାରୁ ଚାଷୀର ବ୍ୟୟଭାର କମିଥାଏ ।
ଏହା ଦ୍ଵାରା ଉତ୍ତମ ,ସୁସ୍ଵାଦୁ ତଥା ପୋଷଣ ତତ୍ତ୍ବ ଏବଂ ଜୀବସାରରେ ଭରପୁର ଖାଦ୍ୟ ସାମଗ୍ରୀ ଉତ୍ପ।ଦିତ ହୋଇଥାଏ। ଯାହାକି ଆମ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ ଏବଂ ଏକ ସୁସ୍ଥ ସମାଜ ସୃଷ୍ଟିରେ ସହାୟକ ହୋଇଥାଏ।
#WATCH | Uttar Pradesh: A restaurant in Lucknow, 'Organic Oasis' that offers food made out of organic farming produce, was inaugurated by a cow. pic.twitter.com/YWcfKqJQcX
— ANI UP/Uttarakhand (@ANINewsUP) April 18, 2023
ଉକ୍ତ ରେସ୍ତୋରାଁ ମାଲିକ ଶୈଳେନ୍ଦ୍ର ସିଂହ ପୂର୍ବତନ ଡେପୁଟି ଏସପି ରହିଛନ୍ତି। ଶୈଳେନ୍ଦ୍ର ସିଂହ କହିଛନ୍ତି , ‘ ଏହା ହେଉଛି ଲକ୍ଷ୍ମୌର ପ୍ରଥମ ଅର୍ଗାନିକ ରେସ୍ତୋରାଁ। ଏଠାରେ ଖାଦ୍ୟର ଗୁଣବତ୍ତା ଓ ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟି ଦେଇ ଖାଦ୍ୟ ପ୍ରସ୍ତୁତ କରାଯିବ। ଆଉ ଉଚିତ ଦାମ ବି ରହିବ। ଯାହା ସମସ୍ତଙ୍କୁ ସୁହାଇଲା ଭଳି ରହିବ। ତେବେ ଲୋକେ ମୋତେ ପଚାରୁଛନ୍ତି ମୁଁ ଏହି ରେସ୍ତୋରାଁକୁ ଗାଈ ଦ୍ବାରା କାହିଁକି ଉଦଘାଟନ କଲି?
ଆପଣଙ୍କୁ ଜଣାଇ ଦେବାକୁ ଚାହିଁବି କି, ଆମର କୃଷି ଓ ଅର୍ଥବ୍ୟବସ୍ଥା ଗାଈ ଉପରେ ନିର୍ଭର ହୋଇଥାଏ। ତେଣୁ ମୁଁ ଗାଈ ଦ୍ବାରା ମୋର ରେସ୍ତୋରାଁର ଉଦଘାଟନ କରିବାକୁ ସ୍ଥିର କରିଥିଲି। ଭାବୁଛି ଏହା ମୋତେ ଶୁଭଫଳ ଦେବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/7o7swrwxu6cpxyvu_1681872962.webp)