ଚର୍ଚ୍ଚାରେ ଏଏସ୍‌ଆଇ: ଉଦ୍ଧାରକାରୀ ଦଳକୁ ଅପେକ୍ଷା ନ କରି ନିଶାଗ୍ରସ୍ତ ହୋଇ କେବୁଲ ବ୍ରିଜ୍‌ ଉପରେ ଚଢ଼ିଥିବା କାଉଡ଼ିଆକୁ ସୁରକ୍ଷିତ ଭାବେ ତଳକୁ ଆଣିଲେ

ନୂଆଦିଲ୍ଲୀ : ଶୁକ୍ରବାର ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ କାଉଡ଼ିଆଙ୍କ କାର୍‌ନାମା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କାଉଡ଼ିଆଜଣଙ୍କ ନିଶାଗ୍ରସ୍ତ ଥିବାରୁ ଅତି ଉଚ୍ଚ କେବୁଲ ବ୍ରିଜ୍‌ ଉପରକୁ ଉଠି ଯାଇଥିଲେ । ଉପରକୁ ଯାଇ ସେ ଗାଳିଗୁଲଜ କରିବା ସହ ଜୋରରେ ପାଟି କରିଥିଲେ । କାଉଡ଼ିଆଙ୍କ ଏଭଳି ଅବସ୍ଥା ଦେଖି ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ରିଜ୍‌ର ଉଚ୍ଚତା ଦେଖି ଉଦ୍ଧାରକରୀ ଦଳକୁ ସୂଚନା ଦେଇଥିଲା । କିନ୍ତୁ କାଉଡ଼ିଆଙ୍କ ଅବସ୍ଥା ଦେଖି ଏଏସ୍‌ଆଇ ଅମିତ୍‌ ଚୌହାନ୍‌ ଉଦ୍ଧାରକରୀ ଦଳକୁ ଅପେକ୍ଷା ନ କରି ନିଜେ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏଏସ୍‌ଆଇ ଅମିତ୍‌ଙ୍କ କହିବା ଅନୁଯାୟୀ, କାଉଡ଼ିଆଜଣଙ୍କ ଅଧିକ ନିଶା କରି ନେଇଥିଲେ । ବ୍ରିଜ୍‌ ଉପରେ ଠିଆ ହୋଇ ତାଙ୍କ କାର୍‌ନାମା ଦେଖିବା ପରେ ସେ କୌଣସି ମୂହୁର୍ତ୍ତରେ ତଳକୁ ଖସି ପାରନ୍ତି ବୋଲି ମୁଁ ଜାଣି ପାରିଥିଲି । ଯାହା ପାଇଁ ମୁଁ ଉଦ୍ଧାରକାରୀ ଦଳକୁ ଅପେକ୍ଷା ନ କରି ନିଜେ ଉପରକୁ ଉଠି କାଉଡ଼ିଆଙ୍କୁ ସୁରକ୍ଷିତ ତଳକୁ ଆଣିଥିଲି ।

ସମ୍ବନ୍ଧିତ ଖବର