ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ରାତାରାତି ଭାଇରାଲ ହୋଇଯାଇଥାଆନ୍ତି। ନିକଟରେ ଜଣେ ମହିଳା କୋଲକାତାରେ ତାଙ୍କ ବାପାଙ୍କ ଭୋଜନାଳୟ ସମ୍ଭାଳୁଥିବା ନେଇ ଭାଇରାଲ ହୋଇଥିବା ବେଳେ ଇଞ୍ଜିନିୟର ଗୁପଚୁପବାଲି ଓ ତା’ପରେ ଦିଲ୍ଲୀରେ ବଡ଼ା ପାୱ ଗାର୍ଲ ଚର୍ଚ୍ଚାର ପରିସରକୁ ଆସିଥିଲେ।
ବଡ଼ା ପାୱ ଗାର୍ଲ ନାମରେ ଚର୍ଚ୍ଚାକୁ ଆସିଥିବା ମହିଳାଙ୍କ ବାସ୍ତବ ନାମ ଚନ୍ଦ୍ରିକା ଗେରା ଦୀକ୍ଷିତ ରହିଛି। ଯିଏକି ଦିଲ୍ଲୀରେ ନିଜର ଏକ ଠେଲା ଲଗାଇ ବଡ଼ା ପାୱ ବିକ୍ରି କରୁଥିଲେ। ଚନ୍ଦ୍ରିକା ଯେଉଁ ସ୍ଥାନରେ ଠେଲା ଲଗାଉଥିଲେ ସେଠାରେ ଭିଡ଼ ଜମୁଥିବାରୁ ଯାତାୟାତରେ ଅସୁବିଧା ହେଉଥିଲା ସେଥିପାଇଁ ସେ ଆଉ ଉକ୍ତ ସ୍ଥାନରେ ଠେଲା ଲଗାଇ ବିକ୍ରି କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ବଡ଼ା ପାୱ ଗାର୍ଲଙ୍କୁ ଅନେକ ସମସ୍ୟାର ସାମ୍ନା ବି କରିବାକୁ ପଡ଼ିଛି କିନ୍ତୁ ସେ ହାର ମାନି ନଥିଲେ। ଏହି ସମୟରେ ତାଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ସାହାସ ଜୁଟାଇ ସ୍ବାମୀଙ୍କ ସମର୍ଥନରେ ସେ ଦିଲ୍ଳୀାୀ ନିକଟରେ ତାଙ୍କର ନିଜସ୍ବ ବଡ଼ା ପାୱ ଦେକାନ ଖୋଲିଛନ୍ତି। ଏହି ଦୋକାନ ଉଦାଘାଟନୀ ସମୟରେ ବଡ଼ା ପାୱ କୌଣସି ବଲିଉଡ ହିରୋଇନଙ୍କ ଠାରୁ କମ ଲାଗୁ ନଥିଲେ। ତାଙ୍କ ଦୋକାନ ଉଦଘାଟନୀ ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ କିଛିଲୋକ ତାଙ୍କ ପୋଷାକ ପରିଧାନକୁ ନେଇ ଟ୍ରୋଲ କରୁଥିବା ବେଳେ ଆଉ କିଛିଲୋକ ତାଙ୍କୁ ଶୁଭକାମନା ଜଣାଇଛନ୍ତି।