ମୁମ୍ବାଇ: ମୁମ୍ବାଇର ବଡ଼ା ପାଓ ବିକ୍ରେତା ମଙ୍ଗେସ୍‌ ଆହିବାଲେ ପୁଣି ଥରେ ନିଜ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ମଙ୍ଗଳବାର ନିଜର ଗୋଟିଏ ଦିନର ଆୟକୁ ସେନା କଲ୍ୟାଣ ପାଇଁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦେବା ପାଇଁ  ଘୋଷଣା କରିଥିଲେ । ୩୦ଜାନୁଆରି  ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସରେ ସେ ଏହି ଦାନ କରିଥିବା ଜଣାପଡ଼ିଛି ।

Advertisment

publive-image

ମଙ୍ଗେସ୍‌ ମଙ୍ଗଳବାର ତାଙ୍କ ବଡା ପାଓ ମୂଲ୍ୟରେ ୬୦ପ୍ରତିଶତ ରିହାତି ଦେଇଥିଲେ। ଏପରି ରିହାତି ଦେବା କାରଣ ସମ୍ପର୍କରେ ମଙ୍ଗେସ୍‌ କହନ୍ତି, ‘ବଡା ପାଓର ଦାମ୍‌ କମ୍‌ କଲେ ଏହା ସମସ୍ତେ କିଣିବା ପାଇଁ ସକ୍ଷମ ହେବ। ଓ ଅଧିକ ଗ୍ରାହକ ଆସିବେ। ମୁଁ ୧୪ଟଙ୍କାରେ ବଡ଼ା ପାଓକୁ ୫ଟଙ୍କାରେ ବିକ୍ରି କରିଥିଲି। ଏହା ଆମର ଦେଶର ଯବାନମାନଙ୍କ କଲ୍ୟାଣ ପାଇଁ ମୋ ତରଫରୁ ଏହା ଏକ ଛୋଟିଆ ପ୍ରୟାସ। କାରଣ ସମସ୍ତେ ଆମର ସେନାଙ୍କୁ କେବଳ ଅଗଷ୍ଟ ୧୫ ଓ ଜାନୁଆରି ୨୬ରେ ହିଁ ମନେ ପକାଇ ଥାଆନ୍ତି। ପ୍ରତ୍ୟେକ ଭାରତୀୟଙ୍କୁ ଆମର ସେନାକୁ ସମ୍ମାନ ଦେବା ଉଚିତ । କାରଣ ସେମାନେ ଖରା, ବର୍ଷା, ଶୀତ, କାକର, ଦିନ ଓ ରାତିକୁ ଖାତିର୍‌ ନକରି ଆମ ଦେଶ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ସୀମାରେ ଜଗି ରହିଛନ୍ତି।

publive-image

ମଙ୍ଗେସ୍‌ ୨୦୧୫ରେ ମହାରାଷ୍ଟ୍ରର ମରାଠାଓ୍ଵାଡା ଓ ବିଦର୍ଭ କ୍ଷେତ୍ରରେ ମରୁଡି ପୀଡିତ କୃଷକଙ୍କ ସାହାଯ୍ୟ ପାଇଁ ୨୦,୦୦୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଜମା କରିଥିଲେ। ଏତଦ୍‌ବ୍ୟତୀତ ଗତବର୍ଷ ଏଲିଫିନ୍‌ଷ୍ଟୋନ୍‌ ଷ୍ଟେସନ୍‌ର ଫୁଟ ଓଭରବ୍ରିଜ ଉପରେ ହୋଇଥିବା ଦଳାଚକଟା ଘଟଣାରେ ଗୁରୁତର ଆହତଙ୍କୁ ବି ଅର୍ଥରାଶି ସାହାଯ୍ୟ କରିଥିଲେ।