ଲଣ୍ଡନ: ଏବେ ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ । ଆପଣ କେବେ ଶୁଣିଛନ୍ତି ନିରାମିଷ ମାଛ ବିଷୟରେ ? ଯଦି ଜାଣି ନାହାନ୍ତି ତା’ହେଲେ ଜାଣି ରଖନ୍ତୁ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ଏବେ ନିରାମିଷ ମାଛରେ ତିଆରି ଚିପ୍ସ ମିଳୁଛି । ଏହାର ସ୍ୱାଦ ଚାଖିବା ପରେ ଆମିଷାସୀମାନେ କହୁଛନ୍ତି ବିଲକୁଲ୍ ମାଛଭଜା । ଲଣ୍ଡନରରେ ଥିବା ଡାନିଏଲ ସଟନ୍ଙ୍କ ରେଷ୍ଟୁରାଣ୍ଟର ନୂଆ ମେନୁରେ ଏହି ନିରାମିଶ ମାଛ ଚିପ୍ସ୍ ଓ କଟଲେଟ ଆଦି ରହିଛି ।
/sambad/media/post_attachments/wp-content/uploads/2018/10/fish-3_555_100318123113-300x204.jpg)
ସଟନ୍ ଆଣ୍ଡ ସନ୍ସ ଫିସ୍ ଆଣ୍ଡ ଚିପ୍ସ ସପରେ ନିରାମିଷ ମାଛରେ ତିଆରି ଚିପ୍ସ୍ ଗ୍ରାହକଙ୍କୁ ପରୀକ୍ଷାମୂଳକ ଭାବେ ପରଶା ଯାଇଥିଲା। ଏହାପରେ ଏହାର ଚାହିଦା ଏତେ ପରିମାଣେର ବଢିବାକୁ ଲାଗିଲା ଯେ ରେଷ୍ଟୁରାଣ୍ଟର ମାଲିକ ଡାନିଏଲ୍ ସଟନ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିରାମିଶ ମାଛର ଚାହିଦା ଏମିତି ହେବ ବୋଲି ସେ କଳ୍ପନା କରିନଥିଲେ । ସଟନ୍ଙ୍କ କହିବା କଥା ସେ ଆମିଷ ଖାଉଥିବା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ୍ନ ପ୍ରସ୍ତୁତ କରନ୍ତି, କିନ୍ତୁ ନିରାମିଷ ଲୋକଙ୍କ ଚାହିଦା ପୁରଣ କରିବା ପାଇଁ ସେ ଏହି ବଞ୍ଜନ୍ନ ପ୍ରସ୍ତୁତ କରିବା ପାଇଁ ମନସ୍ଥ କରିଥିଲେ ।
ଏତେ ସବୁ ଜାଣିବା ପରେ ଆପଣଙ୍କ ମନରେ ନିଶ୍ଚୟ ଆଗ୍ରହ ହେବଣି କି ଏହି ନିରାମିଶ ମାଛ କେମିତି ତିଆରି ହେଲା? ଡାନିଏଲ୍ ସଟନ୍ ମାଛ କଦଳୀ ଭଣ୍ଡା (banana blossom) ଓ ଏକ ଧରଣର ସାମୁଦ୍ରିକ ଗୁଳ୍ମ ସେମ୍ଫାୟର୍ ମିଶ୍ରଣରେ ଏହା ପ୍ରସ୍ତୁତ କରିଛନ୍ତି । ପ୍ରଥମେ ଏହି ଦୁଇ ସାମଗ୍ରୀକୁ ସିଝା ଯାଇ ପରେ ଡିପ୍ ଫ୍ରାଏ କରାଯାଏ। ଏହାର ସ୍ୱାଦ ପୂରା ମାଛ ଭଳି ଲାଗିଥାଏ । ଡାନିଏଲ୍ ସଟନ୍ କହିଛନ୍ତି ଯେ ଏହି ନିରାମିଶ ମାଛର ଚିପ୍ସ ଲାଗି ଅଧିକ ଅର୍ଡର ଇଷ୍ଟ ଲଣ୍ଡନରୁ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/fish-15_100318123113.jpg)