ଏହି ଦେଶ ଜାରି କଲା ବିଶ୍ୱର ସବୁଠାରୁ ବଡ଼ ୧୦ ଲକ୍ଷ ଟଙ୍କିଆ ନୋଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆମେରିକୀୟ ଦେଶ ଭେନେଜୁଏଲା ଏବେ ବିଶ୍ୱର ସବୁଠାରୁ ବଡ଼ ନୋଟ ଜାରି କରିଛି । ପ୍ରଥମ କରି ଭେନେଜୁଏଲା ୧୦ ଲକ୍ଷ ଟଙ୍କିଆ ନୋଟ ଜାରି କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଭେନେଜୁଏଲା ପାଇଁ ୧୦ ଲକ୍ଷର ମୂଲ୍ୟ ଆମେରିକାର ଗୋଟଏ ଡଲାରର ଅଧା ଦାମ ସହିତ ସମାନ । ଏହାର ଅର୍ଥ ଭେନେଜୁଏଲାର ୧୦ ଲକ୍ଷ ଟଙ୍କାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୦ ଟଙ୍କା ।

ଗୋଟିଏ ସମୟରେ ଭେନେଜୁଏଲା ତୈଳ ଖଣି ପାଇଁ ସାରା ବିଶ୍ୱରେ ପରିଚିତ ଥିଲା ଓ ଏହି ତୈଳଖଣି ମାଧ୍ୟମରେ ଦେଶର ରାଜକୋଷକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆସୁଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି, ଭେନେଜୁଏଲାର ନାଗରିକମାନେ ଖାଇବାକୁ ପାଉ ନାହାନ୍ତି । ଏଠାରେ ମୁଦ୍ରା ର ଦାମ୍ ଏତେ କମିଯାଇଛି କି ଲକ୍ଷେ ଟଙ୍କାରେ ସାମାନ୍ୟ ସାମଗ୍ରୀ କିଣିବା କଷ୍ଟକର ହୋଇପଡ଼ିଛି । ଦେଶରେ ଥିବା କେନ୍ଦ୍ରୀୟ ବ୍ୟାଙ୍କର ଭଣ୍ଡାର ୫୦ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରକୁ ଖସିଆସିଛି ।

sukhbeerbrar

ଭେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ପାଇଁ ଏତେ ବଡ଼ ନୋଟ ଜାରି କରଯାଇଛି । ଏହି କାରଣରୁ ଆଗାମୀ ସପ୍ତାହରେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କିଆ ନୋଟ୍ ଜାରି କରାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି । ଏହାପୂର୍ବରୁ ଦେଶରେ ୧୦ ହଜାର, ୨୦ ହଜାର ଓ ୫୦ ହଜାର ଟଙ୍କିଆ ନୋଟ ଜାରି କରାଯାଇଥିଲା ।

ଏବେ ଆପଣ ଭାବୁଥିବେ ଯେ ଏହି ୧୦ ଲକ୍ଷ ଟଙ୍କାର ଦାମ ଭାରତୀୟ ମୁଦ୍ରାରେ କେତେ ହେବ । ଏହି ୧୦ ଲକ୍ଷ ଟଙ୍କାରେ ଆପଣ କେବଳ ଅଧା କେଜି ଚାଉଳ କିଣିପାରିବେ । ତେଣୁ ସରକାର ଦେଶର ନାଗରିକମାନଙ୍କ ପାଇଁ ଏତେ ବଡ଼ ବଡ଼ ନୋଟ ଜାରି କରିଛନ୍ତି କାରଣ ଲୋକମାନେ ସାମଗ୍ରୀ କିଣିବାକୁ ଯିବା ବେଳେ ତାଙ୍କୁ ଅନେକଗୁଡିଏ ନୋଟ ନେଇ ବଜାରକୁ ଯିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର