ଏହି ନମ୍ବର ଦ୍ୱାରା ଜାଣନ୍ତୁ ଆପଣଙ୍କ ଫୋନ୍‌ ନମ୍ବର ଟ୍ରାକ୍‌ ହେଉଛି କି ନାହିଁ

ଅନେକ ସମୟରେ କୌଣସି ବ୍ୟକ୍ତିଙ୍କର ଫୋନରେ ନେଟଓ୍ଵର୍କ ଥାଇ ମଧ୍ୟ ନମ୍ବର ଲାଗି ନ ଥାଏ ଏବଂ କଲ୍‌ ଫରଓ୍ଵାଡ଼େଡ୍‌ ବୋଲି ସୁଚନା ଆସିଥାଏ । ପୁଣି ଆବଶ୍ୟକତା ସମୟରେ ଫୋନ୍‌ ଲଗାଉଥିବା ବେଳେ ତାହା ନେଟଓ୍ଵର୍କ ବାହାରେ ଥିବା ସୂଚାଇଥାଏ । ଏହି ସମୟରେ କେବଳ ଚାରି ଅଙ୍କ ବିଶିଷ୍ଟ ୟୁଏସ୍‌ଏସ୍‌ଡ଼ି ନମ୍ବର ଡ଼ାଏଲ୍‌ କରି ଆପଣଙ୍କ ନମ୍ବର ଫରଓ୍ଵାଡେଡ୍‌ ନା ତାକୁ କିଏ ଟ୍ରାକ୍‌ କରୁଛି ସେ ବିଷୟରେ ଜାଣିପାରିବେ ।
ଅନେକ ସମୟରେ ଫୋନ୍‌ ନମ୍ବର ନେଟଓ୍ଵାର୍କ ବାହାରେ କିମ୍ବା ରିଙ୍ଗ ନହୋଇ ଉତ୍ତର ଦେଉନାହାନ୍ତି ଆଦି ବତାଇଥାଏ ।

Beebom

ଏହି ସମୟରେ ଆପଣ ଫୋନ୍‌ରୁ*#୬୨# ନମ୍ବରକୁ ଡ଼ାଏଲ କରି ଆପଣଙ୍କ ଫୋନ୍‌ କେଉଁ ଅଲଗା ନମ୍ବରକୁ ଡ଼ାଇଭର୍ଟ ହୋଇଛି କି ନାହିଁ ତାହା ପରୀକ୍ଷା କରିପାରିବେ । ଏହା ଛଡ଼ା ନିଜର ଆଣ୍ଡୋଏଡ଼ ଫୋନ୍‌ରୁ *#୨୧# ଡ଼ାଏଲ୍‌ କରି ଆପଣଙ୍କ ନମ୍ବର କିଏ ଟ୍ରାକ୍‌ କରୁଛନ୍ତି କି ନାହିଁ ତାହା ଜାଣିପାରିବେ ।ଯଦି ଆପଣଙ୍କ ନମ୍ବରକୁ ଡ଼ାଇଭର୍ଟ କିମ୍ବା ଟ୍ରାକ୍‌ କରାଯାଉଛି ଏହି ନମ୍ବର ଦ୍ୱାରା ତାହାର ସମସ୍ତ ବିବରଣୀ ଆସିଯିବ ।

Beebom

ଯଦି ଆପଣଙ୍କ ନମ୍ବର ଟ୍ରାକ୍‌ ହେଉଥିବା ଜଣାପଡ଼ିବ ତେବେ##୦୦୨# ଡ଼ାଏଲ୍‌ କରି ନିଜର ନମ୍ବରକୁ ସୁରକ୍ଷିତ କରିପାରିବେ । ଏହା ଦ୍ୱାରା ଆପଣଙ୍କ ନମ୍ବର ଟ୍ରାକ୍‌ କିମ୍ବା ଫରଓ୍ଵାର୍ଡ଼ ହୋଇଥିଲେ ତାହାର ସମସ୍ତ ଡ଼ାଟା ଡ଼ିଲିଟ ହୋଇଯିବ । ତେବେ ଆପଣଙ୍କ ସୂଚନା ପାଇଁ ଏହି ନମ୍ବରଗୁଡ଼ିକ ନିଶୁଳ୍କ ହୋଇଥିବା ବେଳେ ଆପଣ ଏହାକୁ ଡ଼ାଏଲ୍‌ କରି ନିଜେ ସତ୍ୟତା ପରୀକ୍ଷା କରିପାରିବେ ।

ସମ୍ବନ୍ଧିତ ଖବର