ଭୁବନେଶ୍ବର: ଅଧା ବାଟରେ 'ଅଭିମାନ' କରି ସବୁଦିନ ପାଇଁ ଶୋଇଗଲେ 'ସହରୀ ବାଘ' । ସତରେ 'ସମୟ ବଡ଼ ବଳବାନ', ସେଥିପାଇଁ ତ 'ସୁହାଗ ସିନ୍ଦୂର'କୁ ସାତ ପର କରି 'ଏଇ ଆମ ସଂସାର'ରୁ ଅଫେରା ରାଇଜକୁ ଫେରିଯାଇ ଦୁଃଖ ଦେଇଗଲେ 'ଦଣ୍ଡା ବାଳୁଙ୍ଗା' ଉତ୍ତମ ଦା ।
ଦିନେ ଓଲିଉଡର ଲିଭିଙ୍ଗ ଲିଜେଣ୍ଡ ବୋଲାଉଥିବା ଉତ୍ତମ ମହାନ୍ତିଙ୍କ ଅକାଳ ବିୟୋଗ ସାରା ଓଡିଶାକୁ ସ୍ତବ୍ଧ କରିଦେବ କେହି କେବେ କଳ୍ପନା କରିନଥିଲେ । କାରଣ ଉତ୍ତମ ଦା ଏମିତି ଜଣେ ମଣିଷ ଯାହାଙ୍କୁ 'ପୁଅ ମୋର ଭୋଳା ଶଙ୍କର', ଭଳି ସ୍ନେହ ଶ୍ରଦ୍ଧା କରୁଥିଲେ ଓଡ଼ିଶାବାସୀ ।
/sambad/media/media_files/2025/02/28/TcgfuyXLq7haLmCV6n0j.jpg)
୧୯୭୭ ମସିହାରେ 'ଅଭିମାନ'ରୁ ଆରମ୍ଭ କରିଥିବା ଅଭିନୟର ଯାତ୍ରା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ରାମାୟଣ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ ଏବଂ ସତ କେବେ ଲୁଚି ରହେନା ଭଳି ଅନେକ ସୁପର ହିଟ ଚଳଚ୍ଚିତ୍ର ଭେଟି ଦେଇଥିଲେ ସୁପର ଷ୍ଟାର ଉତ୍ତମ ମହାନ୍ତି ।
ଉତ୍ତମଙ୍କୁ ମିଳିଥିବା ସମ୍ମାନ ଓ ସ୍ବୀକୃତି
• ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
• ଶ୍ରେଷ୍ଠ ଅଭିନେତା, ୧୯୮୨ (ଫୁଲ ଚନ୍ଦନ)
• ଶ୍ରେଷ୍ଠ ଅଭିନେତା, ୧୯୮୪ (ଦଣ୍ଡା ବାଳୁଙ୍ଗା)
• ଶ୍ରେଷ୍ଠ ଅଭିନେତା, ୧୯୮୩ (ଝିଅଟି ସୀତା ପରି)
• ଶ୍ରେଷ୍ଠ ସହ-ଅଭିନେତା, ୧୯୯୧ (ତୋ ବିନୁ ଅନ୍ୟଗତି ନାହିଁ)
• ଜୟଦେବ ପୁରସ୍କାର (୧୯୯୯)
• ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର (୨୦୦୬)
• ଶ୍ରେଷ୍ଠ ଅଭିନେତା, "ଫିଟଫାଟ ବାଇସ୍କୋପ" ପୁରସ୍କାର (୨୦୦୮)
• ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ୨୦୧୨
ଏଭଳି ଅନେକ ସମ୍ମାନରେ ସମ୍ମାନିତ ହେଇଥିଲେ ଓଲିଡ଼ର ୯୦ ଦଶକର ହିରୋ ଉତ୍ତମ ମହାନ୍ତି । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଜନ୍ମ ନେଇଥିଲେ ଉତ୍ତମ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ।
ସତରେ 'ପାପ ପୁଣ୍ୟ'ର ହିସାବ କରିବା ପରେ ଆଜି ଉତ୍ତମ ଦା ଭଲ ପାଇବାର 'ଭୀଷ୍ମ ପ୍ରତିଜ୍ଞା' ଦେଇ ନିଜ ପରିବାର ଓ ପ୍ରଶଂସକଙ୍କୁ ଅଲବିଦା କହିଦେଇ ଚାଲି ଯାଇଛନ୍ତି... ପ୍ରଥମେ ମିହିର ଦାସ ପରେ ବିଜୟ ମହାନ୍ତି ଆଉ, ରାଇ ମୋହନଙ୍କ ପରେ ଏବେ ଉତ୍ତମ ମହାନ୍ତିଙ୍କ ବିୟୋଗ ସବୁଦିନ ପାଇଁ ଓଲିଉଡ଼ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇ ରହିବ.... ମିସ୍ ୟୁ ଅଲ୍...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/28/YRQKViMhSwJcR2JdB2Yy.jpg)