ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ପୁରାତନ ଭାରତର ଜଣେ ଗଭୀର ଚିନ୍ତାଶୀଳ ଏବଂ ଦାର୍ଶନିକ। ସେ ତାଙ୍କ ଜୀବନକୁ ମାନବ ସେବା ପାଇଁ ଉତ୍ସର୍ଗ କରି ଦେଇଥିଲେ। ସେ ସମୟକ୍ରମେ ସନ୍ୟାସ ବ୍ରତ ବି ଧାରଣ କରିଥିଲେ। ତାଙ୍କ ନିକଟରେ ଗୁଡ଼ାଏ ଭଲ ଗୁଣ ଏବଂ ଦକ୍ଷତା ରହିଥିଲା। ତାଙ୍କର ଉତ୍ତମ ସ୍ମରଣ ଶକ୍ତି ସେ ସବୁ ଭିତରୁ ଅନ୍ୟତମ। କେତେକ ଦାବି କରନ୍ତି ଯେ ତାଙ୍କର ଏହି ସ୍ମରଣ ଶକ୍ତି ଈଶ୍ୱରଦତ। ସେ ଜନ୍ମ ହେବା ବେଳେ ଏହାକୁ ସାଥୀରେ ନେଇ ଜନ୍ମ ହୋଇଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ପୂରା ଇଂରାଜି ଅବିଧାନର ଶବ୍ଦ ସବୁକୁ ମାତ୍ର ଗୋଟାଏ ଥର ପଢ଼ି ମନେ ରଖି ଦେଇଥିଲେ।
/sambad/media/post_attachments/wp-content/uploads/2018/01/8657386791_d6b5b8111d_z-241x300.jpg)
ମାତ୍ର ଆହୁରି କେତେ ଜଣ ମତ ଦିଅନ୍ତି ଯେ ତାଙ୍କ ଉତ୍ତମ ସ୍ମରଣ ଶକ୍ତିିର କାରଣ ବ୍ରହ୍ମଚର୍ଯ୍ୟ ପାଳନ। ସେ ଯେ କେବଳ ଅବିବାହିତ ଜୀବନ ବିତାଉଥିଲେ ତାହା ନୁହେଁ ତାଙ୍କର କୌଣସି ଶାରୀରିକ ଲାଳସା ମଧ୍ୟ ନଥିଲା। ସେ ନିଜର ସାଧନା ବଳରେ ସାଧରଣ ମଣିଷରୁ ଊର୍ଧ୍ୱକୁ ଉଠିଯାଇଥିଲେ। ବ୍ୟକ୍ତିର ଶାରୀରିକ ଲାଳସା ସ୍ମରଣ ଶକ୍ତିକୁ ପ୍ରଭାବିତ କରିଥାଏ। ବିବେକାନନ୍ଦ ନିଜର ଧାର୍ମିକ ଭାବନା ବଳରେ ସେ ସବୁକୁ ନିଜ ଆୟତ୍ତ କରିପାରିଥିଲେ। ଫଳରେ ଦିନକୁ ଦିନ ତାଙ୍କର ସ୍ମରଣ ଶକ୍ତି ବଢ଼ି ବଢ଼ି ଚାଲିଥିଲା ବୋଲି କେତେକ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/3496005538bfdb68030b7b104a62e0c6_1484129076.jpg)