ହିରୋ କମ୍ପାନି ତରଫରୁ ପ୍ରସ୍ତୁତ ନୂଆ ଭିଡା ଭିଏକ୍ସ୨ ପ୍ଲସ୍ ନିକଟରେ ବଜାର ପ୍ରବେଶ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୮୨,୭୯୦ ଟଙ୍କା (ଏକ୍ସ ସୋ’ରୁମ୍)। ଏହାର ଆଇଡିସି ରେଞ୍ଜ ରହିଛି ୧୪୨ କି.ମି ଏବଂ ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର। ଏଥିରେ ୬୦ ମିନିଟ୍ରେ ୦-୮୦%ଫାଷ୍ଟ ଚାର୍ଜିଂ ସୁବିଧା ସହ ୩.୪ କିଲୋୱାଟ୍ର ଡୁଆଲ୍ ରିମୁଭେବଲ୍ ବ୍ୟାଟେରି ରହିଛି। ଏହାସହ ଏଥିରେ ୪.୩ ଇଞ୍ଚର ଟିଏଫ୍ଟି ଡିସ୍ପ୍ଲେ, ୩୩ ଲିଟର୍ର ବୁଟ୍ସ୍ପେସ୍, ୮୫୧ଏମ୍ଏମ୍ର ଚଉଡ଼ା ସିଟ୍, ରିଭର୍ସ ପାର୍କିଂ, ରିମୋଟ୍ ଇମ୍ମୋବିଲାଇଜେସନ୍, ଲାଇଭ୍ ଟ୍ରାକିଂ, ଆକ୍ସିଡେଣ୍ଟ ଆଲର୍ଟ, ଓଟିଏ ଅପ୍ଡେଟ୍ସ ପରି ବୈଶିଷ୍ଟ୍ୟ ରହିଛି। ଏଥିରେ ଇକୋ/ରାଇଡ୍/ସ୍ପୋର୍ଟ ପରି ତିନୋଟି ରାଇଡ୍ ମୋଡ୍ ରହିଛି। ୫ ବର୍ଷ ପର୍ଯ୍ୟନ୍ତ ଏହାର ବ୍ୟାଟେରି ୱାରେଣ୍ଟି ରହୁଛି। ଏହାର ଓଜନ ହେଉଛି ୧୧୫ କେଜି। ଭିଏକ୍ସ୨ ପ୍ଲସ୍ ନେକ୍ସସ୍ ବ୍ଲୁ, ମେଟାଲିକ୍ ଗ୍ରେ, ମେଟ୍ ହ୍ବାଇଟ୍, ଅଟମ୍ ଅରେଞ୍ଜ, ମେଟ୍ ଲାଇମ୍, ପର୍ଲ ବ୍ଲାକ୍, ପର୍ଲ ରେଡ୍ ପରି ୭ଟି ରଙ୍ଗରେ ଉପଲବ୍ଧ।
ଭିଡା ଭିଏକ୍ସ୨ ପ୍ଲସ୍
ହିରୋ କମ୍ପାନି ତରଫରୁ ପ୍ରସ୍ତୁତ ନୂଆ ଭିଡା ଭିଏକ୍ସ୨ ପ୍ଲସ୍ ନିକଟରେ ବଜାର ପ୍ରବେଶ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୮୨,୭୯୦ ଟଙ୍କା (ଏକ୍ସ ସୋ’ରୁମ୍)। ଏହାର ଆଇଡିସି ରେଞ୍ଜ ରହିଛି ୧୪୨ କି.ମି ଏବଂ ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର।
/sambad/media/media_files/2025/08/28/dgdagde-2025-08-28-01-49-46.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)