କଫିନ୍‌ରେ ପଶି ନିଜ ବିବାହ ମଣ୍ଡପରେ ପହଞ୍ଚିଲେ କନ୍ୟା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରତ୍ୟେକ ବର-କନ୍ୟାଙ୍କ ପାଇଁ ବିବାହ ତାରିଖ ହେଉଛି ଅତି ସ୍ବତନ୍ତ୍ର ଦିବସ। ନିଜ ନିଜର ଦିନକୁ ସ୍ବତନ୍ତ୍ର କରିବାକୁ ବର-କନ୍ୟାମାନେ ଖୁବ୍ ନିଆରା ଭାବେ ବେଶ-ଭୂଷା  ଓ ନୂଆ ନୂଆ ଅନ୍ଦାଜରେ ବିବାହ ମଣ୍ଡପରେ ଉପସ୍ଥିତ ହୋଇଥାନ୍ତି।

ମାତ୍ର ଏବେ ସୋସିଆଲ୍‌ ମିଡିଆରେ ବିବାହକୁ ନେଇ ଏକ ଅଜବ କଥା ଦେଖିବାକୁ ମିଳିଛି। ଜଣେ ଅଜଣା କନ୍ୟା ତାଙ୍କ ବିବାହରେ କଫିନ୍‌ ଭିତରେ ପଶି ବିବାହ ମଣ୍ଡପରେ ପହଞ୍ଚିଥିବାର ଦେଖିବାକୁ ମିଳିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ କଫିନ୍‌ ଉପରେ ଏକ କଳା ରଂଗର କପଡ଼ା ଘୋଡ଼ା ଯାଇଛି। କଫିନ୍‌କୁ ଖୋଲିବା ପରେ ଲୋକମାନେ କନ୍ୟାଙ୍କୁ ଆନନ୍ଦର ସହ ସ୍ବାଗତ କରୁଛନ୍ତି। କଫିନ୍‌ ଖୋଲିବା ପରେ ପରେ ତା’ ଭିତରୁ କନ୍ୟା ଏକ ସୁନେଲୀ ରଂଗର ପୋଷାକ ପିନ୍ଧି ବାହାରକୁ ଆସିବା ସହ ହସି ହସି ନୃତ୍ୟ ପ୍ରଦର୍ଶନ କରୁଥିବାର ବି ଦେଖିବାକୁ ମିଳିଛନ୍ତି। ତେବେ, ଭିଡିଓଟି କେବେ କିଏ କେଉଁଠି ସୁଟ୍‌ କରିଛି ତାହା ଏଯାବତ୍‌ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର