ଶିଡ଼ିରୁ ଖସି ପଡ଼ି ଥାଆନ୍ତା ବର୍ଷକ ଶିଶୁ, ଏପରି ଜୀବନ ବଞ୍ଚାଇଲା ବିଲେଇ

ନୂଆଦିଲ୍ଲୀ: ଆମେରିକାର କଲମ୍ବିଆରେ ଏକ ବିଲେଇ ନିଜ ଜୀବନକୁ ବାଜି ଲଗାଇ ଏକ  ଶିଶୁର ଜୀବନ ବଞ୍ଚାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଉକ୍ତ ବିଲେଇକୁ ହୀରା ବୋଲି କହୁଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଶିଶୁଟି ଆଣ୍ଠେଇ ଆଣ୍ଠେଇ ଚାଲୁଥିବା ବେଳେ ବିଲେଟି କାଉଚରେ ବସିଥିଲା। କିଛି ସେକେଣ୍ଡ ମଧ୍ୟରେ ଶିଶୁକୁ ଶିଡ଼ି ପଟକୁ ଯାଉଥିବା ଦେଖି ବିଲେଇଟି ତୁରନ୍ତ ସାମ୍ନାକୁ ଆସି ତାକୁ ଏକ ଧକ୍କା ପକାଇ ଶିଡ଼ିଠାରୁ ଦୂରକୁ ନେଇ ଯାଉଛି। ଯଦି ବିଲେଇଟି ଠିକ୍‌ ସମୟରେ ଶିଶୁକୁ ଶିଡ଼ିଠାରୁ ଦୂରେଇ ନରଖିଥାଆନ୍ତା ତେବେ ଶିଶୁଟି ଶିଡ଼ିରୁ ତଳକୁ ଖସି ପଡ଼ିବାର ସମ୍ଭାବନା ଥିଲା।

୪୫ ସେକେଣ୍ଡର ଏହି ଭିଡିଓ କ୍ଲିପ୍‌କୁ ଡିଲୋର ଅଲଓ୍ଵାରେଜ ନାମକ ଫେସ୍‌ବୁକ୍‌ ପେଜରେ ସେୟାର କରାଯାଇଛି। ଏହା ଏକ ସଙ୍ଗଠନ। ଏହି ସଙ୍ଗଠନ ବିଲେଇମାନଙ୍କୁ ଉଦ୍ଧାର କରିବା କାମ କରିଥାଆନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ କ୍ଲିପ୍‌କୁ ଏବେ ଅନେକ ସେୟାର କରିବାରେ ଲାଗିଛନ୍ତି। ଏହି ଘଟଣା କଲମ୍ବିଆ ବୋଗୋଟାରେ ଘଟିଛି। ବିଲେଇ ଯେଉଁ ଶିଶୁଟିର ଜୀବନ ବଞ୍ଚାଇଛି ତାହାର ନାମ ଗାଟୁବେଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର