ଭାଇରାଲ ହେଲା ୭୦ବର୍ଷୀୟା ବୃଦ୍ଧାଙ୍କ ଭିଡିଓ, ସ୍କୁଲର ପୁରୁଣା ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବରେ ଦେଖାଇଲେ ନୃତ୍ୟର ଜଲଓ୍ଵା

ମାଙ୍ଗାଲୁରୁ : ବିଭିନ୍ନ ସ୍କୁଲମାନଙ୍କକରେ କିଛି ବର୍ଷ ବ୍ୟବଧାନରେ ବନ୍ଧୁ ମିଳନ ଉତ୍ସବ ରଖାଯାଇଥାଏ । ଏହି ଦିନ ସ୍କୁଲର ପୁରୁଣା ଛାତ୍ର-ଛାତ୍ରୀମାନେ ଏକାଠି ହୋଇ ନିଜର ପୁରୁଣା ଦିନକୁ ମନେ ପକାଇଥାନ୍ତି । କିଛି ସମୟ ପାଇଁ ପୁଣି ଥରେ ସେହି ପୁରୁଣା ଦିନକୁ ଫେରି ଯାଇ ସାଙ୍ଗମାନଙ୍କ ସହ ସମୟକୁ ଉପଭୋଗ କରନ୍ତି । ନିଜ ବନ୍ଧୁମାନଙ୍କ ସହ ଗୀତ ଗାଇ ନାଚିବା ସହ ସମୟ ବିତାଇଥାନ୍ତି । ତେବେ ମାଙ୍ଗାଲୁରୁର ଏକ ସ୍କୁଲରେ ବନ୍ଧୁ ମିଳନ ଉତ୍ସବ ରଖାଯାଇଥିବା ବେଳେ ସେ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୭୦ବର୍ଷ ବୟସରେ ପାଦ ରଖି ମଧ୍ୟ ଜଣେ ବୃଦ୍ଧା ଯେଉଁଭଳି ଚମତ୍କାର ଭାବେ ନାଚିଛନ୍ତି, ତାହା ସମସ୍ତଙ୍କ ମନ କିଣି ନେଇଛି ।

ଭାଇରାଲ ଭିଡିଓରେ ଦେଖାଯାଇଛି କି, ହଠାତ୍‌ ରେମୋ ଫର୍ଣ୍ଣାଡିଜ୍‌ଙ୍କ ଲୋକପ୍ରିୟ ଗୀତ ୟା ୟା ମାୟା ବାଜିବା ଆରମ୍ଭ ହେଉଛି । ଗୀତ ଶୁଣି ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବା ବୃଦ୍ଧା ଉଠି ଆସିବା ସହ କଥକ ନାଚିବା ଆରମ୍ଭ କରୁଛନ୍ତି । ଧିରେ ଧିରେ ବସିଥିବା ଅନେକ ମହିଳା ତାଙ୍କ ସହ ଆସି ନାଚିବା ଆରମ୍ଭ କରୁଛନ୍ତି । ଗୀତ ବଦଳିବା ପରେ ମହିଳାଜଣଙ୍କ ଅନ୍ୟ ମହିଳାଙ୍କୁ ଡ଼ାକି ନାଚିବାକୁ କହୁଥିବାର ଦେଖାଯାଇଛି । ଭିଡିଓରେ ବୃଦ୍ଧାଙ୍କ ନୃତ୍ୟ ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର