ଆଘାତ ପାଇଥିବା ଗୋରୁଟି ଚାଲି ନପାରିବାରୁ ହେଲିକପ୍ଟରରେ ଉଡ଼ାଇ ନେଲେ ଚାଷୀ

ଜେନେଭା: ଆପଣ ଅନେକ ବିରଳ ଘଟଣା ଦେଖିଥିବେ। କେବେ କୌଣସି ଗୋରୁକୁ ହେଲିକପ୍ଟରରେ ବୁହା ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ପାଇଛନ୍ତି। ଏପରି ଏକ ବିରଳ ଘଟଣା ଘଟିଛି ସ୍ବିଜ୍ରଲାଣ୍ଡରେ । ମଙ୍ଗଳବାର ସୁଇଜର୍ଲାଣ୍ଡର କ୍ଲାଉସେନ୍ ପାସ୍‌ରେ ଜଣେ ଚାଷୀ ତାଙ୍କ ଆହତ ଗୋରୁକୁ ହେଲିକପ୍ଟର ଯୋଗେ ବୋହି ନେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୋରୁଟିକୁ ଆଘାତ ଲାଗିଥିବା ହେତୁ ସେ ଠିକ୍ ଭାବେ ଚାଲି ପାରୁନଥିଲା। ସେ ଗୋଡ଼ରେ ଛୋଟେଇ ଛୋଟେଇ ଚାଲୁଥିବାରୁ ତା’ର ମାଲିକଙ୍କୁ ଏପରି ଦୃଶ୍ୟ ଦେଖିବା ପରେ ମନରେ ଦୟା ଆସିଲା। ସେ ଶେଷରେ ଗୋରୁଟିକୁ ହେଲିପ୍ଟର ଜରିଆରେ ବୋହି ନେବାର ନିଷ୍ପତ୍ତି ନେଇଥିଲେ।


ଏହି ସମୟର ଭିଡିଓଟି ଟ୍ବିଟର୍‌ରେ ଦେଖିବାକୁ ମିଳିବା ପରେ ବ୍ୟବହାରକାରୀମାନେ କୃଷକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଭିଡିଓଟିର ଏବେ ସୁଦ୍ଧା ୬ ଲକ୍ଷରୁ ଊର୍ଧ୍ବ ଭିୟୁ ହୋଇ ସାରିଲାଣି। ଏହାକୁ ୧୦ ହଜାରରୁ ଊର୍ଧ୍ବ ଲୋକ ଲାଇକ୍ କରି ସାରିଥିବା ବେଳେ ପାଖାସପାଖି ୩ ହଜାର ଲୋକ ରି-ଟ୍ବିଟ୍ କରି ସାରିଲେଣି।

ସମ୍ବନ୍ଧିତ ଖବର