ସଂସଦରେ ମୋଦୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଗୀତ ଉତ୍ସର୍ଗ କଲେ ଗୁଜୁରାଟୀ ଫୋକ୍‌ କଣ୍ଠଶିଳ୍ପୀ ଗୀତା ରାବାରୀ

ଗାନ୍ଧୀନଗର: ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଗୁଜୁରାଟୀ ଫୋକ୍‌ କଣ୍ଠଶିଳ୍ପୀ ଗୀତା ରାବାରୀ ସୋମବାର ମୋଦୀଙ୍କ ଉଦେଶ୍ୟରେ ଏକ ଗୀତ ଉତ୍ସର୍ଗ କରି ଚର୍ଚ୍ଚା ପାଲଟିଛନ୍ତି। ସଂସଦ ପରିସରରେ ଗୀତା ଗାଇଥିବା ଗୀତଟି ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଫେସ୍‌ବୁକ୍‌, ଟ୍ଵିଟର୍‌ରେ ବୁଲିବାରେ ଲାଗିଛି। ଗୀତା ଗୁଜୁରାଟର ମାଲଧାରୀ ଆଦିବାସୀ ସଂପ୍ରଦାୟର ଝିଅ।

ସେ ଗଣମାଧ୍ୟରେ ନିଜର ମତ ରଖିଛନ୍ତି ଯେ ‘ମୁଁ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟୁନାହିଁ। ମୁଁ ପ୍ରଥମେ ମୋଦୀଙ୍କୁ ପିଲାଦିନେ ନିଜ ସ୍କୁଲ୍‌ରେ ଭେଟିଥିଲି। ମୁଁ ସ୍କୁଲ୍‌ କାର୍ଯ୍ୟକ୍ରମରେ ଏକ ଗୀତ ଗାଇଥିବା ହେତୁ ମୋଦୀ ମୋତେ ୨୫୦ ଟଙ୍କା ପୁରସ୍କାର ଦେବା ସହ ଗାୟିକୀ ଅଭ୍ୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।’

 

ଗୀତାଙ୍କ ଓ୍ଵିିକି ପେଜ୍‌ରୁ ଜାଣିବାକୁ ମିଳିଛି ଯେ ସେ ପଞ୍ଚମ ପଢ଼ିବା ବେଳରୁ ହିଁ ଗୀତ ଗାଇବା ଆରମ୍ଭ କରିଛନ୍ତି। ସେ ପ୍ରଥମେ ଗୁଜୁରାଟୀ ଗୀତ ‘ରୋନା ସେର୍‌ମା’ରୁ ତାଙ୍କର ଡେବ୍ୟୁ କରିଥିଲେ। ତା’ପରେ ସେ ‘ଏକ୍‌ଲୋ ରାବରୀ’ ଗୀତ ସୁଟ୍‌ କରିବା ପରେ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପାଲଟିଗଲେ।

ସମ୍ବନ୍ଧିତ ଖବର