ନୂଆଦିଲ୍ଲୀ: ଆଜିକାଲି ଅନେକଙ୍କ ପାଇଁ ରିଲ୍ ତିଆରି ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଛି। ନୃତ୍ୟ ହେଉ, ମଡେଲିଂ ହେଉ କିମ୍ବା ଅନ୍ୟ କୌଣସି ପ୍ରକାରର ଭିଡିଓ ହେଉ, ଇଣ୍ଟରନେଟରେ ଲୋକମାନେ ରିଲ୍ସ ଅପ୍ଲୋଡ୍ କରି କ୍ରମାଗତ ଭାବରେ ବିଭନ୍ନ ଥର ହେଡଲାଇନ୍ ସୃଷ୍ଟି କରିଛନ୍ତି। ନିକଟରେ ସେପରି ଏକ ଭିଡିଓ ଭାଇରାଲ୍ ହୋଇଛି।
ଭିଡିଓରେ ଜଣେ ମହିଳା ହାତରେ ବନ୍ଧୁକ ଧରି ରାସ୍ତା ମଝିରେ ନାଚୁଥିବାର ନଜର ଆସିଛନ୍ତି। ଲୋକପ୍ରିୟ ୟୁଟ୍ୟୁବର୍ ସିମରନ୍ ଯାଦବଙ୍କ ଏହି କ୍ଲିପ୍ ଲକ୍ଷ୍ନୌର ଏକ ରାଜପଥରେ ସୁଟିଂ ହୋଇଥିବା ଜଣାଯାଇଛି। ଏହା ଲକ୍ଷ୍ନୌ ପୁଲିସର ଦୃଷ୍ଟି ଆକର୍ଷଣ କରିଛି। ଭିଡିଓଟିକୁ ଦେଖିବା ପରେ ପୁଲିସ୍ ଏବେ ତତ୍ପରତା ପ୍ରକାଶ କରିଛି।
ଭିଡିଓଟିକୁ ଓକିଲ କଲ୍ୟାଣଜୀ ଚୌଧୁରୀ ତାଙ୍କ ଏକ୍ସ ଅକାଉଣ୍ଟ୍ରେ ପୋଷ୍ଟ୍ କିରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ଜଣେ ବ୍ୟବହାରକାରୀ ଭୋଜପୁରି ଗୀତରେ ନାଚୁଥିବା ବେଳେ ହାତରେ ଧରିଥିବା ବନ୍ଧୁକ ହଲାଇ ଆଇନର ଉଲ୍ଲଂଘନ କରିଥିବା ଜଣଯାଇଛି।
instagram star सिमरन यादव लखनऊ सरेआम नियम कानून व आचार संहिता की धज्जियाँ उड़ाते हुए highway पर पिस्टल को लहराकर video वायरल करके समाज में अपनी बिरादरी का रौब जमा रहीं हैं परंतु अधिकारी चुप्पी साधे हुए है l @dgpup@ECISVEEP@Splucknow_rural@Igrangelucknow@adgzonelucknow@myogipic.twitter.com/GN4zWsc1P9
— Advocate kalyanji Chaudhary (@DeewaneHindust1) May 9, 2024
ଭିଡିଓ ଭାଇରାଲ ହେବା ମାତ୍ରେ ଲକ୍ଷ୍ନୌ ପୁଲିସ୍ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ଲିପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରୋଧ ପ୍ରକାଶ କରିଥିଲେ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।
ଇଣ୍ଟରନେଟରେ ଏହିପରି ଏକ ଭିଡିଓ ଗ୍ରହଣୀୟ ନୁହେଁ ବୋଲି ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି। ସେହିପରି ଅନ୍ୟ ଜଣେ ଉପଭୋକ୍ତା , ‘‘ମୁଁ ଆଶା କରୁଛି ଅଧିକାରୀମାନେ ତାଙ୍କ ରିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ’’ ବୋଲି ଲେଖିଛନ୍ତି।