କୁକୁରକୁ ଆକ୍ରମଣ କରୁଥିବା ବେଳେ କଲରାପତରିଆର ଭିଡିଓ ଭାଇରାଲ୍
ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ କଲରାପତରିଆ ବାଘ ଦୁଇ କୁକୁରଙ୍କୁ ଆକ୍ରମଣ କରୁଥିବାର ସୂଚନା ରହିଛି। ସେଥିମଧ୍ୟରୁ ଗୋଟିଏ କୁକୁରକୁ ଆକ୍ରମଣ କରୁଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭାଇରାଲ୍ ହୋଇଥିବା ଏହି ଭିଡିଓଟି ଏବେ ଇଣ୍ଟର୍ନେଟ୍ରେ ଘୂରିବାରେ ଲାଗିଛି। ଏହି ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବାଘଟି ହିଂସାତ୍ମକ ଭାବେ ରାସ୍ତା ଏପଟରୁ ଯାଇ ସେପଟରେ ଥିବା କୁକୁରକୁ ଆକ୍ରମଣ କରୁଛି
Sambad is now on WhatsApp
Join and get latest news updates delivered to you via WhatsApp
This morning a dog was attacked by a leopard at seepz gate no.1, near dominoz pizza, andheri east. Got a call from security. Team awaaz attended to this call. Dog is stable now. Thank you team Awaaz Now people will ask shelter for wildlife Ha ha. Keeps on encroaching their land pic.twitter.com/dPzxp7laHf
— Madhu Chanda (@avc_201) December 9, 2019
ସୂଚନା ରହିଛି ଯେ ବାଘ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଦୁଇଟି ଯାକ କୁକୁର ଆହତ ହୋଇଛନ୍ତି। ଏହି ଘଟଣା ସଂପର୍କରେ ସ୍ବେଚ୍ଛାସେବୀ ସଂଗଠନ ‘ଆୱାଜ ଭଏସ୍ ଅଫ୍ ଷ୍ଟ୍ରେ ଆନିମଲ୍’ ସୂଚନା ଦେବା ପରେ ଏହା ଲୋକଙ୍କ ସାମ୍ନାକୁ ଆସିଛି। କୁକୁର ଦ୍ବୟଙ୍କୁ ଚିକିତ୍ସା କରାଯାଉଛି। ସୋମବାର ସକାଳୁ ଏହି ଘଟଣା ଘଟିଥିବା ସୂଚନା ରହିଛି।