ରେଳବାଇ ଷ୍ଟେସନରେ କୁକୁରକୁ ଦହି ଭାତ ଖୁଆଉଥିବାର ମହିଳାଙ୍କ ଭିଡିଓ ଭାଇରାଲ୍‌

ଭାଇରାଲ୍‌ ନିଉଜ: ବେଳେ ବେଳେ ସୋସିଆଲ୍‌ ମିଡିଆରେ ବହୁ ପ୍ରେରଣାଦାୟକ ଭିଡିଓ ସବୁ ଦେଖିବାକୁ ମିଳିଥାଏ। ଯେଉଁ ଫଟୋ ଓ ଭିଡିଓ ସବୁ ଦେଖିଲେ ବ୍ୟକ୍ତିକୁ ପ୍ରେରଣା ମିଳିଥାଏ।

ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଏକ ହୃଦୟସ୍ପର୍ଶୀ ଭିଡିଓ। ଜଣେ ମହିଳା ରେଳବାଇ ପ୍ଲାଟ୍‌ଫର୍ମରେ ବସି ଏକ ବୁଲା କୁକୁରକୁ ଦହି ଭାତ ‌ଖୋଉଥିବାର ଭିଡିଓରେ ନଜର ଆସିଛି। ଏହି ଭିଡିଓଟି ଫେସ୍‌ବୁକ୍‌ରେ ଏପ୍ରିଲ୍‌ ୨୪ ତାରିଖରେ ପୋଷ୍ଟ୍‌ ହୋଇଛି। ପୋଷ୍ଟ୍‌ ହେବା ପରେ ଭିଡିଓଟିକୁ ୪ ହଜାରରୁ ଊର୍ଧ୍ବ ଲାଇକ୍‌ ଓ ସେୟାର କରିଛନ୍ତି।

ମହିଳା ଜଣକ ବସିକରି କୁକୁରଟିକୁ ଏକ ବେଲାରେ ଦହି ଭ‌ାତ ଖୁଆଉଥିବାର ଭାଇରାଲ୍‌ ଭିଡିଓରେ ନଜର ଆସିଛି। ଭିଡିଓଟି ହେଉଛି ପଶ୍ଚିମବଙ୍ଗ ଦମ୍‌ ଦମ୍‌ କ୍ୟାଣ୍ଟ୍‌ନମେଣ୍ଟ୍‌ ରେଳବାଇ ଷ୍ଟେସନ୍‌ର।

ଭାଇରାଲ୍‌ ହୋଇଥିବା କୁକୁରଟିର ନାମ କୁତୁଶ। କୁତୁଶକୁ ୫ ବର୍ଷ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ ଏହି କୁକୁରଟିକୁ ଖୁଆଇବାକୁ ଦିନକୁ ୩ ଥର ରେଳବାଇ ଷ୍ଟେସନ୍‌କୁ ଆସିଥାନ୍ତି।

 

ସମ୍ବନ୍ଧିତ ଖବର