ଦୀର୍ଘ ଦିନ ପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ସ୍ବାମୀଙ୍କ ହାତ ଧରି ଗୀତ ଗାଇ କାନ୍ଦିଲେ ବୃଦ୍ଧା, ଲୁହ ପୋଛିଦେଲେ ସ୍ବାମୀ

ମୁମ୍ବାଇ: ଏମିତି ଅନେକ କମ୍‌ ଭାଗ୍ୟଶାଳୀ ଅଛନ୍ତି ଯିଏକି ଖୁବ୍ ଅଧିକ ବର୍ଷ ବଞ୍ଚି ରହନ୍ତି। ତାହା ପୁଣି ଏକୁଟିଆ ନୁହେଁ, ନିଜର ଜୀବନସାଥୀଙ୍କ ସହ ଦୀର୍ଘ ଜୀବନ ବଞ୍ଚିରହିବା ପରି ଭାଗ୍ୟଶାଳୀ ସଂସାରରେ ଖୁବ୍‌ କମ୍‌। ବୟସ ବଢ଼େ, ବୟସ ସରେ, ହେଲେ ପ୍ରେମ କିନ୍ତୁ କମେନା କି ସରେନା। ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ପ୍ରେମ ବି ବଢ଼ି ଚାଲେ। ଯଦି ଆପଣ ଏହି ଭିଡିଓଟିକୁ ଦେଖିନାହାନ୍ତି ତେବେ ଥରେ ଦେଖନ୍ତୁ।

ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ବୃଦ୍ଧା ହସ୍ପିଟାଲ୍‌ରେ ତାଙ୍କ ସ୍ବାମୀଙ୍କ ପାଇଁ ଗୀତ ଗାଉଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ବୃଦ୍ଧା ତାଙ୍କ ସ୍ବାମୀ ୭୦ ଦିନ ପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବାରୁ ତାଙ୍କ ପାଇଁ ଗୀତ ଗାଉଥିବାର ଦେଖିବାକୁ ମିଳିଛନ୍ତି। ଜାଣିବାକୁ ମିଳିଛି ଯେ ବୟସ୍କା ମହିଳା ଜଣକ ତାଙ୍କ ସ୍ବାମୀଙ୍କ ପାଇଁ ଦୀର୍ଘ ବର୍ଷ ପରେ ଗୀତ ଗାଇଛନ୍ତି।

 

ଭିଡିଓଟିକୁ ନିଜର ଇନ୍‌‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛି ଗୁଡ୍‌ନିଉଜ୍‌ ମୁଭ୍‌ମେଣ୍ଟ୍‌। ଭିଡିଓଟିରେ ବୟସ୍କା ମହିଳାଙ୍କର ତାଙ୍କ ସ୍ବାମୀଙ୍କ ପାଇଁ ଭଲପାଇବା ଦେଖିବା ପରେ ଅନେକଙ୍କ ଆଖିରେ ଖୁସିର ଲୁହ ଆସିଯାଇଛି। ଭିଡିଓରେ ବୃଦ୍ଧ ଜଣକ ହସ୍ପିଟାଲ୍‌ ବେଡ୍‌ରେ ଶୋଇ ରହିଥିବା ବେଳେ ତାଙ୍କ ପତ୍ନୀ ତାଙ୍କ ହାତକୁ ଧରିଛନ୍ତି। ଗୀତ ଗାଇବା ବେଳେ ବୃଦ୍ଧା ଜଣକ ଭାବପ୍ରବଣ ହୋଇ ଆଖିରୁ ଲୁହ ଝରାଉଥିବା ବେଳେ ବୃଦ୍ଧ ଜଣକ ତାଙ୍କ ହାତରେ ପତ୍ନୀଙ୍କ ଆଖିରୁ ଲୁହ ପୋଛଇ ଦଉଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର