ମୁମ୍ବାଇ: ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ଦମ୍ପତି। ସେମାନଙ୍କ ନମ୍ର ଭାବ ଲୋକଙ୍କୁ ସେମାନଙ୍କ ଆଡ଼କୁ ଆକୃଷ୍ଟ କରିଥାଏ।
ମୁକେଶ ଅମ୍ବାନୀ ତାଙ୍କର ବ୍ୟବସାୟ ପାଇଁ ଜଣାଶୁଣା ହୋଇଥିବା ବେଳେ ନୀତା ଅମ୍ବାନୀ ତାଙ୍କ ସ୍ୱାମୀଙ୍କୁ ସବୁ କ୍ଷେତ୍ରରେ ସମର୍ଥନ କରନ୍ତି। ନୀତା ଜଣେ ନୃତ୍ୟଶିଳ୍ପୀ ମଧ୍ୟ। ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ୩୫ ବର୍ଷରୁ ଅଧିକ ସମୟ ଧରି ପତି-ପତ୍ନୀ ହୋଇ ରହିଛନ୍ତି।
ବର୍ତ୍ତମାନ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କର ଏକ ନୂଆ ଭିଡିଓ ଭାଇରାଲ୍ ହୋଇ ଚାଲିଛି। ଦମ୍ପତି ସିମି ଗାରେୱାଲଙ୍କ ସହ ଟକ୍ ସୋ’ରେ ରେ ଗୀତ ଗାଉଥିବାର ନଜର ଆସିଛନ୍ତି। ଏହି ପତି-ପତ୍ନୀ ଅମିତ କୁମାର ଏବଂ ଆଶା ଭୋସ୍ଲେ ଏବଂ କିଶୋର କୁମାରଙ୍କ ହିଟ୍ ବଲିଉଡ୍ ଗୀତ ‘ଆତେ ରହେଗି ବହାର’ ଗାଉଥିବାର ନଜର ଆସିଛନ୍ତି।
View this post on Instagram
ନୀତା ପିଚ୍ ରଂଗୀ ଶାଢ଼ି ପରିଧାନ କରିଥିବା ବେଳେ ସୁଟ୍ ଓ ଟାଏ ପିନ୍ଧି ସାକ୍ଷାତ୍କାର ଦେଉଛନ୍ତି ମୁକେଶ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ବ୍ୟବହାରକାରୀମାନେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, "ନୀତା ଅମ୍ବାନୀଜୀ ଦିନକୁ ଦିନ ଅଧିକ ସୁନ୍ଦର ଏବଂ ସୁନ୍ଦର ହେବାରେ ଲାଗିଛନ୍ତି,"। ଆଉ ଲେଖିଛନ୍ତି, "ସେମାନେ ସମସ୍ତ ସଂପତ୍ତି ପାଇବାକୁ ଯୋଗ୍ୟ, କାରଣ ସେମାନଙ୍କର ହୃଦୟ ଖୁବ୍ ନିର୍ମଳ।’’