ଗୋଟାଏ ରନ୍‌ୱେରେ ମାତ୍ର କେଇ ସେକେଣ୍ଡ୍‌ ବ୍ୟବଧାନରେ ଏକା ସାଥୀରେ ଉଡ଼ାଣ ଓ ଅବତରଣ କଲା ୨ ବିମାନ, ଚକିତ ହେଲେ ଦେଖଣାହାରୀ

ନୂଆଦିଲ୍ଲୀ: ସମାନ ରନ୍‌ୱେରେ ଗୋଟାଏ ବିମାନ ଲ୍ୟାଣ୍ଡ୍‌ (ଅବତରଣ) କରୁଥିବ ଓ ଗୋଟାଏ ବିମାନ ଟେକ୍‌-ଅଫ୍‌ (ଉଡାଣ) କରୁଥିବାର ଦୃଶ୍ୟ ଆପଣ କେବେ ଦେଖିଛନ୍ତି? ନିକଟରେ ସେମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ୫୨ ସେକେଣ୍ଡ୍‌ରେ ଏହି ଭିଡିଓଟି ଏବେ ଆକାଉଣ୍ଟ୍‌ରୁ ଆକାଉଣ୍ଟ୍‌କୁ ବୁଲିବାରେ ଲାଗିଛି।

ମାତ୍ର କିଛି ସେକେଣ୍ଡ୍‌ ମଧ୍ୟରେ ଗୋଟାଏ ବିମାନ ଅବତରଣ କରୁଥିବା ବେଳେ ଅନ୍ୟଟି ଉଡ଼ାଣ ଭରୁଥିବାର ଦୃଶ୍ୟ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏତେ କମ୍‌ ସମୟ ବ୍ୟବଧାନରେ ଦୁଇଟି ବିମାନ ଉଡ଼ାଣ ଓ ଅବତରଣ କରିଥିଲେ ବି ବିମାନ ଦ୍ବୟ ଦୁର୍ଘଟଣାଗ୍ରସ୍ତ ହୋଇ ନାହିଁ। ଏହି ଭିଡିଓଟି ଟ୍ବିଟର୍‌ରେ ସେୟାର୍‌ ହେବା ପରେ ଭିୟୁ ୫.୪୬ ଲକ୍ଷ ପାର୍‌ କରି ସ‌ାରିଥିବା ବେଳେ ୧୦,୭୦୦ରୁ ଊର୍ଧ୍ବ ଲାଇକ୍‌ ମିଳି ସାରିଲାଣି।

ଏହି ଭିଡିଓଟିକୁ ଦେଖି ଅନେକ ବ୍ୟବହାରକାରୀ ଭିନ୍ନ ଭିନ୍ନ ମତ ସବୁ ରଖିଛନ୍ତି। କେହି ଏହାକୁ ସୁନ୍ଦର ସମୟ ଜ୍ଞାନ ବୋଲି କହିଥିବା ବେଳେ ଆଉ କେହି ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌ର ପ୍ରଶଂସା କରିଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଅନେକ ଟ୍ବିଟ୍‌ର ବ୍ୟବହାରକାରୀ ଚକିତ ହୋଇଥିବା ବେଳେ ଅନେକ ଏହାକୁ ସମାଲୋଚନା କରିଛନ୍ତି। ଭିିଡିଓଟିକୁ ପ୍ରଶଂସା ବି ବହୁତ ମିଳିଛି।

ସମ୍ବନ୍ଧିତ ଖବର