ନୂଆଦିଲ୍ଳୀ: କିଛି ଲୋକ ଜୀବନକୁ ଉପଭୋଗ କରିବା ନାମରେ ଜୀବନକୁ ହରାଇବାକୁ ବି ପଛାନ୍ତି ନାହିଁ। ବେଳେ ବେଳେ ଦାୟିତ୍ବହୀନ ଭାବେ ଜୀବନକୁ ଉପଭୋଗ କରିବା ଜୀବନ ଉପରେ ଭାରୀ ପଡ଼ିଥାଏ। ନିକଟ ଅତୀତରେ ୪୨ ବର୍ଷୀୟ ଗବେଷକ ଗେରୋନ ମିୟୋ ଏବଂ ତାଙ୍କ ପୁଅ ପ୍ରାଙ୍କ୍ସିକୋ ମିଓଙ୍କ ମୃତ୍ୟୁ ଏହି କଥାର ଏକ ଜ୍ବଳନ୍ତ ଉଦାହରଣ। ବାପପୁଅ ଦୁହେଁ ବିମାନରେ ବେପରୁଆ ଭାବେ ଉଡ଼ାଣ କରିବା ପରେ ସେମାନଙ୍କ ଜୀବନ ଯାଇଥିବା ସୂଚନା ରହିିଛି। ଗେରୋନ ମିୟୋ ଏବଂ ପ୍ରାଙ୍କ୍ସିକୋ ମିଓ ଥିବା ବିମାନଟି ଏକ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ବାପପୁଅଙ୍କର ଅକାଳ ମୃତ୍ୟୁ ଘଟିଛି।
Avião bimotor Beechcraft Baron 58, de matrícula PR-IDE, "caiu matando pai e filho" a Aeronave cair em uma região de mata fechada, na divisa de Rondônia e Mato Grosso. Os destroços da aeronave foram localizados na manhã deste domingo (30) o pecuarista Garon Maia e o filho.🇧🇷 pic.twitter.com/nOEBpVZJup
— D' AVIATION 🇧🇷 (@pgomes7973) August 1, 2023
ଦୁର୍ଘଟଣା ପୂର୍ବର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗେରୋନ ମିୟୋ ତାଙ୍କ ୧୧ ବର୍ଷୀୟ ପୁଅକୁ ବିମାନ ଉଡ଼ାଣ କରିବାକୁ ଦେଇ ନିଜେ କକ୍ପିଟ୍ ଭିତରେ ବସି ବିୟର୍ ପିଉଛନ୍ତି। ଉଭୟ ବାପପୁଅ ଆକାଶରେ ଉଡାଣକୁ ଖୁବ୍ ଉପଭୋଗ କରୁଛନ୍ତି। ପିଲାଟି ବିମାନ ଚଳାଇ ଆନନ୍ଦିତ ହେଉଥିବା ବେଳେ ତାକୁ ଦେଖି ଖୁସିରେ ବିୟର ପିଇ ମଜା ନେଉଛନ୍ତି ବାପା। ମାତ୍ର ପରବର୍ତ୍ତୀ ସମୟରେ ତାହା ସେମାନଙ୍କ ଆନନ୍ଦ କାଳ ପାଲଟିଛି।
କୁହାଯାଉଛି ଯେ ଦୁର୍ଘଟଣାର କିଛି ସମୟ ପୂର୍ବରୁ ବାପପୁଅ ଏହି ଭିଡିଓକୁ ସୁଟ୍ କରିଥିଲେ। ମାତ୍ର ବାସ୍ତବରେ ଏହି ଭିଡିଓଟି ଦୁର୍ଘଟଣାର କିଛି ସମୟ ପୂର୍ବର କି ଆହୁରି ଅଧିକ ପୁରୁଣା ତାହ ତଦନ୍ତ ହେବା ପରେ ଜଣାପଡ଼ିବ।