ସାମାନ୍ୟ କଥାରୁ ମହାଭାରତ: ରାସ୍ତା ମଝିରେ ଚୁଟି ଧରାଧରି ହୋଇ ବାଡ଼ାପିଟା ହେଲେ ୨ ମହିଳା

ନାସିକ: ନାସିକ ପିମ୍ପାଲଗାଓଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତା ମଝିରେ ୨ ମହିଳା ଝଗଡ଼ା ଲାଗୁଥିବାର ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଜାଣିବାକୁ ମିଳିଛି ଯେ ୨ ମହିଳାଙ୍କ ମଧ୍ୟରୁ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ପତ୍ନୀ ହୋଇଥିବା ବେଳେ ଅନ୍ୟ ଜଣେ ପିମ୍ପାଲଗାଓଁ ଟୁଲ୍‌ ଗେଟ୍‌ କର୍ମଚାରୀ। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଦ୍ବୟ ପରସ୍ପରଙ୍କୁ ଚାପୁଡ଼ା ମାରିବା ସହ ଚୁଟି ଟଣା ଟଣି କରୁଛନ୍ତି।

ଏହି ସମୟର ଘଟଣାକୁ ଲୋକେ ସେମାନଙ୍କ କ୍ୟାମେରାରେ ରେକର୍ଡ କରିଛନ୍ତି। ସେଠାରେ ଉପସ୍ଥିତ ଥିବା କିଛି ଲୋକ ସେମାନଙ୍କ ଗଣ୍ଡଗୋଳରେ ହସ୍ତକ୍ଷେପ କରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଘଟଣାଟି ହେଉଛି ସେପ୍ଟେମ୍ବର ୧୪ (ବୁଧବାର) ଦିନର। ଜଣେ ସିଆର୍‌ପିଏଫ୍‌ ବ୍ୟକ୍ତିତ୍ବ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ପୁଣେ ଯାତ୍ରା କରୁଥିବା ବେଳେ ଏହି ଘଟଣାଟି ଘଟିଛି।

ଜାଣିବାକୁ ମିଳିଛି ଯେ ସିଆର୍‌ପିଏଫ୍‌ ବ୍ୟକ୍ତିତ୍ବ ଜଣକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଟୋଲ୍‌ ବୁଥ୍‌ ପାଖରେ ଅଟକିଥିଲେ। ତାଙ୍କୁ ମହିଳା କର୍ମଚାରୀ ଜଣକ ଟୋଲ୍‌ ଫି ଦେବାକୁ କହିଥିଲେ। ମାତ୍ର ସିଆର୍‌ପିଏଫ୍‌ ବ୍ୟକ୍ତିତ୍ବ ଜଣକ ନିଜକୁ ସରକାରୀ ଚାକିରିଆ ବୋଲି ଦର୍ଶାଇ ଟୋଲ୍‌ ଫି ଚାଡ଼ କରିବାକୁ କହିଥିଲେ। ମାତ୍ର ତାଙ୍କ କଥାରେ ମହିଳା ଟୋଲ୍‌ ଗେଟ୍‌ କର୍ମଚାରୀ ଏଥିରେ ସହମତ ନ ହେବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଫି ଦେବାକୁ ରାଜି ହୋଇଥିଲେ।

ଶୁଣିବାକୁ ମିଳୁଛି ଯେ ଏହି ଘଟଣାକୁ ନେଇ ଟୋଲ୍‌‌ ଗେଟ୍‌ କର୍ମଚାରୀ ଓ ସିଆର୍‌ପିଏଫ୍‌ ବ୍ୟକ୍ତିତ୍ବଙ୍କ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ‌‌ଶେଷରେ ତାହା ବାଡ଼ାପିଟାର ରୂପ ନେଲା।

ସମ୍ବନ୍ଧିତ ଖବର