‘ହେଲ୍‌ମେଟ୍‌ ବିନା ଗାଡ଼ି ଚଳାଇବା ବେନିୟମ ହେଲେ ଚାଲିବା ନୁହେଁ’; ମିମ୍‌ ଭିଡିଓ ଭାଇରାଲ୍‌, ଟ୍ରାଫିକ୍‌ ପୁଲିସ୍‌ ତାଜୁବ

ନୂଆଦିଲ୍ଲୀ: ସେପ୍ଟମ୍ବର ପହିଲାରୁ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଦେଶର ଅସଚେତନ ନାଗରିକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆକାରରେ ଆଦୟ ହୋଇ ସାରିଲାଣି। ଏହି ସଂଶୋଧିତ ନିୟମକୁ ଅନେକ ଲୋକ ପ୍ରଶଂସା କରୁଥିବା ବେଳେ ଅନେକ ମୁଣ୍ଡ ବିନ୍ଧାର କାରଣ ବୋଲି ଭାବୁଛନ୍ତି।

ସୋସିଆଲ୍‌ ମିଡିଆରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଦେଖିବାକୁ ମିଳିଛି ବିଭିନ୍ନ ଧରଣର ମିମ୍‌। ‘ପ୍ରତ୍ୟେକ ନିୟମର ଏକ ବିକଳ୍ପ ବାହାର କରିଦେବେ ପଛେ ଭାରତୀୟମାନେ କେବେ ନିୟମ ମାନିବେ ନାହିଁ’ ଥିମ୍‌ରେ ଭାଇରାଲ୍‌ ହେଉଥିବା ଏକ ମିମ୍‌କୁ ବେଶି ଲୋକପ୍ରିୟତା ମିଳୁଛି।

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵଟର୍‌ ଭାଇରାଲ୍‌ ହୋଇଛି ଏକ ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି ଅନେକ ଲୋକ ବାଇକ୍‌ରୁ ଓହ୍ଲେଇ ଗଡ଼େଇ ଗଡ଼େଇ ଗାଡ଼ି ନେଉଛନ୍ତି। ଭିଡିଓରେ କ୍ୟାପ୍‌ସନ ଦିଆଯାଇଛି ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇବା ବେନିୟମ। ମାତ୍ର ଚାଲି ଚାଲି ଯିବାରେ କୌଣସି ଅସୁବିଧା ନାହିଁ। କେବଳ ଏହି ଗୋଟାଏ ନୁହେଁ, ନୂଆ ନିୟମ ଲାଗୁ ହେବା ପରେ ବିଭିନ୍ନ ଧରଣର ମିମ୍‌ ଭାଇରାଲ୍‌ ହୋଇଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର