ପ୍ରସବ ପୂର୍ବରୁ ଡାକ୍ତରଙ୍କ ସହ ନାଚିଲେ ଗର୍ଭବତୀ, ଭିଡିଓରେ ଦେଖନ୍ତୁ ମହିଳାଙ୍କ ନିଆରା ଅନ୍ଦାଜ

ଲୁଧିଆନା : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଗର୍ଭବତୀ ମହିଳା ନିଜ ଡାକ୍ତରଙ୍କ ସହ ନାଚୁଥିବାର ଦେଖାଯାଇଛି । ଡେଲିଭରି ହେବାର କିଛି ମିନିଟ୍‌ ପୂର୍ବରୁ ଗର୍ଭବତୀ ଥିବା ମହିଳା ଏଭଳି କରିବା ପାଇଁ ଭାବିଥିବା ଜଣାପଡ଼ିଛି । ତାଙ୍କର ସେହି ନିଆରା ଭାବନା ଆଜି ତାଙ୍କୁ ଚର୍ଚ୍ଚାକୁ ଆଣିବା ସହ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାର ଲାଗିଛି ।

ପୂର୍ବରୁ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହା ସେ ସବୁଠାରୁ ନିଆରା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ଭିଡିଓରେ ମହିଳାଜଣକ ଡ଼ାକ୍ତରଖାନାର ପୋଷାକ ପିନ୍ଧି ପ୍ରସବ ପାଇଁ ଯିବାକୁ ପ୍ରସ୍ତୁତ ହୋଇ ଏପରି କରିଥିଲେ । ଏହାପରେ ତାଙ୍କର ଅସ୍ତ୍ରୋପଚାର ଜରିଆରେ ପ୍ରସବ କରାଯାଇଥିଲା । ଏହି ଭିଡିଓକୁ ଟୁଇଟର ବ୍ୟବହାରକାରୀ ହର୍ଷ ଗୋଏଙ୍କା ଟୁଇଟ୍‌ କରିବା ପରେ ଲୋକମାନଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଲୋକମାନଙ୍କୁ ମିଳିଥିଲା ।

ପ୍ରସବ ପରେ ମହିଳା ସାମ୍ନାକୁ ଆସି ସେ ପେସାରେ ଜଣେ କୋରିଓଗ୍ରାଫର ବୋଲି କହିଥିଲେ । ମୁଁ ଗର୍ଭବତୀ ହେବା ପରେ ମଧ୍ୟ ନାଚିବା ଛାଡ଼ି ନଥିଲି । ପ୍ରସବ ପୂର୍ବରୁ ଏଭଳି ନାଚିବା ପଛରେ ସେଭଳି କିଛି ବିଶେଷ କାରଣ ନାହିଁ । ଗର୍ଭାବସ୍ଥାରେ ନାଚିବା ଦେହ ପାଇଁ ଏବଂ ପେଟରେ ଥିବା ପିଲା ପାଇଁ ଖୁବ୍‌ ଭଲ । ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ଖୁସି ମଧ୍ୟ ମିଳିଥାଏ ବୋଲି ସେ କହିଥିଲେ । ଅନ୍ୟ ପକ୍ଷରେ, ଭିଡିଓ ଭାଇରାଲ ହେବା ପରେ ବ୍ୟବହାକାରୀ ଏହି ଭିଡିଓକୁ ୨୦୧୮ର ସବୁଠାରୁ ଭଲ ଭିଡିଓ ବୋଲି କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର