ପାଣିରେ ଫସିଥିବା ରିକ୍ସା ଚାଳକଙ୍କ ହୃଦୟ ଫଟା କାନ୍ଦ, ବେକେ ପାଣିରେ ବୁଡି ବି ଛାଡୁ ନାହାନ୍ତି ରିକ୍ସା

ପାଟନା: ଗତ ଦୁଇତିନିଦିନ ହେବ ବିହାରରେ ଲଗାଣ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିହାରର ରାସ୍ତାଘାଟରୁ ଆରମ୍ଭ କରି ସପିଂ ମଲ, ସ୍କୁଲ, ଅଫିସ ଓ କାର୍ଯ୍ୟାଳୟ ସମେତ ପଟନା ରାସ୍ତା ଆଦି  ଆଦି ସ୍ଥାନରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ଭରି ରହିଛି। ଏପରିକି ପଟନା ରେଳେଓ୍ଵ ଜଙ୍କସନ୍‌ ବି ଜଳବନ୍ଦୀରେ ଥିବା ଦେଖିବାକୁ ମିଳୁଛି।

ଏଥିସହିତ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ରିକ୍ସା ଚାଳକ ପାଣିରେ ଫସି ରହି ଜୋରଜୋରରେ ସେହି ପାଣି ଭିତରେ କାନ୍ଧୁଛନ୍ତି । କିନ୍ତୁ ସେ ତାଙ୍କ ରିକ୍ସାକୁ ଛାଡୁ ନଥିବା ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓକୁ ଦେଖି ଦାବି କରାଯାଉଛି କି ଏହା ପାଟନା ସହରର ବୋଲି। ଏମିତି କି ଭିଡିଓ ବନାଉଥିବା ଲୋକମାନେ ଉକ୍ତ ରିକ୍ସା ଚାଳକଙ୍କୁ ସାହାଯ୍ୟର କଥା କହୁଥିବା ଶୁଣିବାକୁ ମିଳୁଛି। ଏଥିସହିତ ଉକ୍ତ ବ୍ୟକ୍ତିଙ୍କୁ ରିକ୍ସା ଛାଡି ପାଣି ଭିତରୁ ବାହାରି ଆସିବାକୁ ଲୋକେ କହୁଛନ୍ତି। କିନ୍ତୁ ରିକ୍ସା ଚାଳକ ଏତେ ପାଣି ଭିତରେ ବୁଡି କଷ୍ଟ ପାଉଥିଲେ ବି ସେ ତାଙ୍କ ରିକ୍ସା ଛାଡୁ ନଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର