ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଶିନଗର ରେଳବାଇ ଷ୍ଟେସନ୍ରେ ଅଟକିଥିବା ଏକ ଟ୍ରେନ୍ରେ କିଛି ସଂଖ୍ୟାଲଘୁ ଗୋଷ୍ଠୀ ନମାଜ ପଢୁଥିବାର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି। ଟ୍ରେନ୍ରେ ଯାଉଥିବା ଉକ୍ତ ଯାତ୍ରୀମାନେ ଟ୍ରେନ୍ରେ ସ୍ଲିପର୍ କୋଚ୍ରେ ନମାଜ ପଢୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ସତ୍ୟାଗ୍ରହ ଏକ୍ସପ୍ରେସ୍ରେ ସୁଟ୍ ହୋଇଥିବା ଜଣାପଡ଼ିଛି।
ଭିଡିଓରେ ନମାଜ ପଢୁଥିବାର ଦୃଶ୍ୟମାନ ହୋଇଥିବା ଲୋକମାନେ କିଏ ଓ କେଉଁଠିକାର ବୋଲି ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ରେଳବାଇ ସୁରକ୍ଷା ବୋର୍ଡ ପକ୍ଷରୁ ଭିଡିଓଟିର ଯାଞ୍ଚ୍ କରାଯାଉଛି।
ଏହି ଭିଡିଓକୁ ସୁଟ୍ କରିଛନ୍ତି ବିଜେପିର ପୂର୍ବତନ ବିଧାୟକ ଦୀପଲାଲ ଭାରତୀ। ଗୁରୁବାର ଅପରାହ୍ନରେ ରେବାଇ ଷ୍ଟେସନରେ କପ୍ତାନଗଞ୍ଜକୁ ଯିବା ପାଇଁ ସତ୍ୟାଗ୍ରହ ଏକ୍ସପ୍ରେସ ଛିଡ଼ା ହୋଇଥାଏ। ଏହି ସମୟରେ ଲୋକ ଟ୍ରେନ୍କୁ ଚଢ଼ିବାକୁ ଲାଗିବା ବେଳେ କିଛି ଲୋକ ଟ୍ରେନ୍ ମଧ୍ୟରେ ନମାଜ ପଢୁଥିବାର ଦେଖି ମ୍ୟାନେଜର ଚକିତ ହୋଇ ଯାଇଥିଲେ।
ସେମାନେ ଟ୍ରେନ୍ ବଗିରେ ଚଟେଇ ବିଛେଇ ନମାଜ ପଡୁଥିବାର ଦେଖି ଏ ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେପି ବିଧାୟକ। ଯେବେ ଲୋକେ ଟ୍ରେନ୍ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ତ ଟ୍ରେନ୍ ଦୁଆରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ବାରଣ କରି ଭିତରେ ନମାଜ ପଢ଼ା ଚାଲିଛି ପରେ ଆସ ବୋଲି କହିଥିବା ଅଭିଯୋଗ ହୋଇଛି। ରାସ୍ତା ବନ୍ଦ ଥିବା କାରଣରୁ ଯାତ୍ରୀମାନେ ଟ୍ରେନ୍ ବାହାରେ ଛିଡ଼ା ହୋଇ ନିଜ ସିଟ୍କୁ ଯିବା ପାଇଁ ଅପେକ୍ଷା କରିଥିଲେ।