ନୂଆଦିଲ୍ଲୀ: ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ ପୁଅ । ଭାବିଥିଲେ ଯେ, କୋର୍ଟ ମ୍ୟାରେଜ୍ କରି ଘରକୁ ଫେରିବା ପରେ ପରିବାରକୁ ବୁଝାଇଦେବି । କିନ୍ତୁ ତାଙ୍କ ଭାବନାଟା ଓଲଟିଗଲା । ବାସ୍ତବରେ, ଯେତେବେଳେ ପୁଅ ଓକିଲ ଏବଂ କନ୍ୟା ସହିତ କୋର୍ଟ ମ୍ୟାରେଜ୍ କରିବା ପରେ ଘରେ ପହଞ୍ଚିଥିଲେ, ଘର ଦୁଆରେ କୌଣସି ବ୍ୟାଣ୍ଡ-ବାଜା ଛିଡ଼ା ହୋଇନଥିଲା । ବରଂ ବାପାଙ୍କ ପ୍ରଚଣ୍ଡ ରାଗ ଦେଖିବାକୁ ମିଳିଥିଲା । ବାପାଙ୍କ ନଜର ତାଙ୍କ ପୁଅ ଉପରେ ପଡ଼ିବା ମାତ୍ରେ ତା'ପରେ ଯାହା ଘଟିଥିଲା ତାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓଟି ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ସୂଚନା ମୁତାବକ, ଜଣେ ପୁଅ ଯିଏକି ତାଙ୍କ ପରିବାରର ସମ୍ମତି ବିନା ଚୁପଚାପ୍ କୋର୍ଟରେ ବିବାହ କରି କନ୍ୟା ଓ ଜଣେ ଓକିଲଙ୍କୁ ସାଙ୍ଗରେ ଆଣି ଘରକୁ ଫେରିଛନ୍ତି । ପୁଅ ଆଶା କରିଥିଲେ ଯେ, ତାଙ୍କ ବାପା ଥରେ ରାଗିଯିବେ ଏବଂ ତା’ପରେ ରାଜି ହୋଇଯିବେ । କିନ୍ତୁ ବିବାହ ପୋଷାକରେ ପୁଅକୁ ଦେଖିବା ମାତ୍ରେ ରାଗ ସୁଝାଇଛନ୍ତି ବାପା ।
ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ବାପା କିଛି ନ ଶୁଣି କିଛି ନ ବୁଝି ତାଙ୍କ ପୁଅକୁ ଚାପୁଡ଼ା, ବିଧା, ଗୋଇଠା ମାରି ଚାଲିଛନ୍ତି । ପୁଅ ବିବାହ କରି ଘରକୁ ଫେରିଛି ସ୍ୱାଗତ କରିବେ କ'ଣ ପ୍ରତିଶୋଧ ନେଉଥିବା ଜଣାପଡ଼ୁଛି । ପୁଅ ହାତ ଯୋଡ଼ି ବାପାଙ୍କ ପାଦ ତଳେ ପଡ଼ି "ବାପା, ମୋତେ ଗ୍ରହଣ କର'' ବୋଲି ଯେତେ ନେହୁରା ହେଲେ ବି ବାପା ଶୁଣୁ ନାହାନ୍ତି । ଖାଲି କ'ଣ ଏତିକି ଓକିଲଙ୍କ କଥା ମଧ୍ୟ ଶୁଣି ନଥିଲେ । ତା'ପରେ ଆଇନଗତ ବିବାହ କାଗଜପତ୍ର ମଧ୍ୟ ଚିରି ଫୋପାଡ଼ି ଦେଇଥିଲେ ।
मां बाप के भी कुछ सपने है, समाज है, अरमान है और सम्मान है ।
— Mr Tiwari 🇮🇳 (@MrTiwaria) August 3, 2025
लेकिन आजकल कुछ युवा अपने मन की ही करते है जिसके कारण मां बाप आहत होते है इस वीडियो में पिता ने सही किया या गलत ये आप लोग बताएं। pic.twitter.com/yjgy1KuQrc
ଏତିକିରେ ବି ବାପାଙ୍କର ରାଗ କମିନଥିଲା ତା'ପରେ ପୁଅକୁ ବାଡ଼ିରେ ପିଟିବା ଆରମ୍ଭ କରି ଦେଇଥିଲେ । ଏପଟେ କନ୍ୟା ଜଣକ ଭୟଭୀତ ହୋଇ ଠିଆ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ବାରମ୍ବାର ଭୁଲ ମାଗିବା ସତ୍ତ୍ୱେ, ଶେଷରେ ବାପା ପୁଅକୁ ଘରୁ ବାହାର କରିଦେଇଥିଲେ ।
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଲୋକ କହୁଛନ୍ତି ଯେ, ପୁଅର ନିଜ ଇଚ୍ଛାରେ ରହିବାର ଅଧିକାର ଅଛି, ଯେତେବେଳେ କି ଅନ୍ୟ କିଛି ଲୋକ କହୁଛନ୍ତି ଯେ ପରିବାରର ସମ୍ମତି ବିନା ହୋଇଥିବା ସମ୍ପର୍କ ଆଗକୁ ବଢ଼ିବା କଷ୍ଟକର । ଏହାବ୍ୟତୀତ, କିଛି ବ୍ୟବହାରକାରୀ ଭିଡିଓଟିକୁ ସ୍କ୍ରିପଟେଡ୍ ବୋଲି ମଧ୍ୟ କହିଛନ୍ତି ।