ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଥାଏ ଯାହା ମଜାଳିଆ ରହିବା ସହିତ ହୃଦୟସ୍ପର୍ଶୀ ବି ରହିଥାଏ।
ନିକଟରେ ଜଣେ ଶିଶୁଙ୍କୁ ନେଇ ପୋଷ୍ଟ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଶିଶୁ ଜଣକ ଫ୍ରୁଟି ଧରି ଛିଡ଼ା ହୋଇଥିବା ବେଳେ ବାପା ଫୋନରେ ଭିଡିଓ ରେକର୍ଡ କରୁଛନ୍ତି। ଏହି ସମୟରେ ଶିଶୁଜଣକ ତାଙ୍କ ବାପାଙ୍କୁ କହୁଛନ୍ତି , ‘ତୁମେ ଜାଣିଛ ତ ସ୍କୁଲରେ ଥିବା ଅଭିଭାବକ ଓ ଶିକ୍ଷକଙ୍କ ବୈଠକରେ କ’ଣ କହିବାକୁ ହେବ?’
ବାପା ପଚାରୁଛନ୍ତି କ’ଣ? ଏହାର ଉତ୍ତରରେ ଶିଶୁ ଜଣକ କହୁଛନ୍ତି, ‘ ସ୍କୁଲରେ ତୁମେ ମୋ ପିଲା କୁକି, କ୍ଷୀର ପାରଲେ ଖାଏ ଏମିତି ଜମାରୁ କହିବ ନାହିଁ। କହିବ କି, ‘ ମୋ ପୁଅ ସ୍କୁଲରୁ ଆସିବା ପରେ ଖେଚୋଡ଼ି ଖାଇ ଶୋଇ ପଡ଼ିଥାଏ।’
ଏହାପରେ ବାପା ପୁଅଙ୍କୁ କହିଥିଲେ, ‘ମିଛ କହିବା ମହାପାପ। ମୁଁ ମିଛ କାହିଁକି କହିବି।’ ଏହାର ଉତ୍ତର ଶିଶୁ ବାପାଙ୍କୁ ଧମକ ଦେଇ କହୁଛି, ‘ ମୁଁ ଯେମିତି କହିଛି ସେମିତି ହିଁ କହିବ।’
View this post on Instagram
ଶିଶୁ ଜଣକ ବାପାଙ୍କୁ ଏଭଳି ମିଛ କହିବା ଶୈଳୀ ଶିଖାଉଥିବା ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି। ଆଉ ଭିଡିଓକୁ ସେୟାର ବି କରୁଛନ୍ତି।