ଯେବେ ପ୍ରଥମ ଥର ପାଇଁ ହେଲା ମାଆ କୁନ୍ତୀ ଓ କର୍ଣ୍ଣଙ୍କ ସାକ୍ଷାତ, ନିଜକୁ କୌନ୍ତେୟ ବୋଲି ଜାଣିବା ପରେ ମାଆଙ୍କୁ ଏହି ବଚ୍ଚନ ଦେଇଥିଲେ କର୍ଣ୍ଣ

କର୍ଣ୍ଣଙ୍କୁ କୁରୁ ସଭାରେ ପ୍ରଥମ ଥର ଦେଖିବା ପରେ ହିଁ ମାଆ କୁନ୍ତୀ ଜାଣିପାରିଥିଲେ ଯେ ସେ ହେଉଛନ୍ତି ତାଙ୍କର ଜ୍ୟେଷ୍ଠ ତଥା କୁଆଁରୀ ବେଳର ପୁତ୍ର ମହାଦାନୀ କର୍ଣ୍ଣ। ହେଲେ ଲୋକଲଜ୍ଜା ଭୟେ ସେ ଚାହିଁକରି ମଧ୍ୟ ଚୁପ୍‌ ରହିଥିଲେ। ମାତ୍ର ଏକଥା କର୍ଣ୍ଣ ଜାଣିନଥିଲେ। ସେ ନିଜକୁ ଅନେକ ଦିନ ପର୍ଯ୍ୟନ୍ତ ସୁତ ପୁତ୍ର ବୋଲି ଚିନ୍ତା କରି ମନେ ମନେ ଦୁଃଖୀ ହେଉଥିଲେ।

ମହାଭାରତ ଯୁଦ୍ଧ ପ୍ରାୟ ଅଧା ହୋଇ ସାରିଥାଏ। କୁନ୍ତୀ ଏକ ଗଛମୂଳରେ ଏକା ବସି କାନ୍ଦୁଥାନ୍ତି। ସେହି ସମୟରେ କର୍ଣ୍ଣ ତାଙ୍କୁ ଦେଖି ପକାଇଲେ। ତାଙ୍କୁ କାନ୍ଦିବାର କାରଣ ପଚାରିଲେ। କୁନ୍ତୀ କର୍ଣ୍ଣଙ୍କୁ କହିଲେ ଯେ ସେ ହିଁ ଚାହିଁଲେ ତାଙ୍କ ଆଖିର ଲୁହ ପୋଛିପାରିବେ। କର୍ଣ୍ଣ ପ୍ରଥମେ କିଛି ବୁଝିପାରିଲେ ନାହିଁ। ସେ କେମିତି ପାଣ୍ଡବ ମାତାଙ୍କ ଦୁଃଖ ଦୂର କରିପାରିବେ ବୋଲି ଦ୍ୱନ୍ଦ୍ୱରେ ରହିଲେ। ତା’ପରେ କୁନ୍ତୀଙ୍କୁ ତାଙ୍କ ଦୁଃଖ କହିବାକୁ କହିଲେ। ଅନୁରୋଧ ନୁହେଁ ଆଦେଶ ଦିଅ ବୋଲି ଦେବୀ କର୍ଣ୍ଣ କହିବା ପରେ କାନ୍ଦି ପକାଇଲେ କୁନ୍ତୀ।

ତା’ପରେ କୁନ୍ତୀ କର୍ଣ୍ଣଙ୍କୁ ଜଣାଇଲେ ସେ ହେଉଛନ୍ତି ତାଙ୍କ ଜ୍ୟେଷ୍ଠ ପୁତ୍ର। କର୍ଣ୍ଣ ପ୍ରଥମେ ଖୁବ୍‌ ଦୁଃଖ କଲେ। ଜଣେ ଉଚ୍ଚ ବଂଶା ନାରୀର କୋଳରୁ ଜାତ ଜଣେ କ୍ଷେତ୍ରୀୟ ହୋଇ ମଧ୍ୟ ସମାଜରେ ଅପବାଦ ସହିଥିବା ନେଇ ସେ ଅବଶୋସ କଲେ। ତା’ପରେ ସେ ନିଜ ମାଆଙ୍କ ଦୁଃଖ ବୁଝିପାରିଲେ। ଜଣେ ନାରୀ ବିବଶ ନ ହେଲେ କେବେ ବି ନିଜ ପୁତ୍ରକୁ ତ୍ୟାଗ କରିବ ନାହିଁ ବୋଲି ହୃଦୟଙ୍ଗମ କରିବା ପରେ ସେ ମାଆ କୁନ୍ତୀଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ଆଦେଶ ଦେବାକୁ କହିଲେ।

ମାଆ କୁନ୍ତୀ କହିଥିଲେ କି ତୁମେ ହେଉଛ ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା। ତୁମେ ଫେରିଚାଲ। ତୁମ ଭାଇମାନଙ୍କ ସହ ଯୁଦ୍ଧ କରିବ। ଜ୍ୟେଷ୍ଠ ଭ୍ରାତା ହୋଇଥିବାରୁ ରାଜା ହୋଇ ଶାସନ କରିବ। ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କଲେ କର୍ଣ୍ଣ। ସେ ଦୁର୍ଯ୍ୟୋଧନଙ୍କ ସଙ୍ଗ ଛାଡ଼ି ମିତ୍ରଦ୍ରୋହୀ ହେବେ ନାହିଁ ବୋଲି କହିଥିଲେ। ମାତ୍ର ମାଆ କୁନ୍ତୀଙ୍କୁ ବଚ୍ଚନ ଦେଇଥିଲେ ଯେ ନିଶ୍ଚତ ରୁହ ମାତା। ତୁମର ପାଞ୍ଚ ପୁତ୍ର ସୁରକ୍ଷିତ ରହିବେ।

ସମ୍ବନ୍ଧିତ ଖବର