ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ନାଖୋନ୍‌ ଫେନମ ପ୍ରାନ୍ତସ୍ଥିତ ଏକ ଗ୍ରାମରେ ପୁରୁଷମାନେ ମହିଳାମାନଙ୍କର ପୋଷାକ ପିନ୍ଧୁଥିବାର ଘଟଣା ସାମ୍ନାକୁ ଆସିଛି। ଏହା ପଛର କାରଣ ବି ବଡ଼ ଅଦ୍ଭୁଦ ରହିଛି । ଆସନ୍ତୁ ଜାଣିବା ଘଟଣା ଟି କ’ଣ।

Advertisment

ସୂଚନାଯୋଗ୍ୟ, ଏହି ଗ୍ରାମର ଲୋକମାନେ ଏକ ଭୂତ ଭୟରେ ଏପରି କରୁଥିବା କଥା କହିଛନ୍ତି। ଗତକିଛି ଦିନ ହେବ ଗ୍ରାମର ୫ଜଣ ହୃଷ୍ଟପୃଷ୍ଟ ଲୋକ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଗ୍ରାମବାସୀ ଲୋକଙ୍କ ମୃତ୍ୟୁର କାରଣ ଏକ ବିଧବା ଭୂତକୁ ମାନୁଛନ୍ତି। ଏମାନଙ୍କ କହିବାନୁସାରେ ବିଧବା ଭୂତ ଗ୍ରାମର ପୁରୁଷ ଓ ଯୁବକଙ୍କୁ ନିଜର ଶିକାର ବନାଉଛି। ଗ୍ରାମର ଯୁବତୀମାନେ ନିଜର ସ୍ୱାମୀ ଓ ପୁଅକୁ ବଞ୍ଚାଇବା ପାଇଁ ମହିଳାମାନଙ୍କ ଭଳି ପୋଷାକ ପିନ୍ଧାଇବା ଆରମ୍ଭ କରି ଦେଇଛନ୍ତି। ଏପରି କଲେ ବିଧବା ଭୂତରନଜର ପୁରୁଷଙ୍କ ଉପରେ ପଡ଼ିବ ନାହିଁ ବୋଲି ଗ୍ରାମବାସୀ ବିଶ୍ୱାସ କରୁଛନ୍ତି।

publive-image

ସେହି ଗ୍ରାମରେ ରହୁଥିବା ଜଣେ ୫୩ବର୍ଷିଅ ବ୍ୟକ୍ତି ଜାନିଙ୍କ କହିବାନୁସାରେ, ମୋର ବିଶ୍ୱାସ ସେହି ବିଧବା ଭୂତ ହିଁ ଗ୍ରାମର ସୁସ୍ଥ ମଣିଷକୁ ହତ୍ୟା କରୁଛି। ମୋର ପତ୍ନୀ ଓ ପିଲାଙ୍କୁ ଭୟ ଅଛି କି ମୁଁ ଏହି ଭୂତର ଶିକାର ନ ବନିଯାଏ। ଏଥିପାଇଁ ସେ ମୋତେ ସୁରକ୍ଷିତ ରଖିବା ପାଇଁ ମହିଳାଙ୍କ ଭଳି ପୋଷାକ ପରିଧାନ କରିବାକୁ ଦେଉଛନ୍ତି।

ତେବେ ଏଯାବତ୍‌ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ କି ଏହି ୫ଜଣଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି।