ନୂଆଦିଲ୍ଲୀ: ପଶ୍ଚିମ କେନିଆର ଜଣେ ବ୍ୟକ୍ତିଙ୍କର ୧୫ ଜଣ ପତ୍ନୀ ଥିବା ବେଳେ ୧୦୭ ଜଣ ପିଲାପିଲି ଅଛନ୍ତି। ୬୧ ବର୍ଷୀୟ ଏହି ବ୍ୟକ୍ତି ଜଣକ ନିଜର ୧୫ ପତ୍ନୀ ଓ ସମସ୍ତ ପିଲାଙ୍କୁ ନେଇ ଏକ ଛୋଟ ଗାଁରେ ରହୁଛନ୍ତି। ସେ ତାଙ୍କର ସମସ୍ତ ପତ୍ନୀଙ୍କ ଭିତରେ ଅଲଗା ଅଲଗା କାମ ବାଣ୍ଟି ଦେଇଛନ୍ତି। ଫଳରେ ସେମାନଙ୍କ ଜୀବନ ଖୁବ୍ ସହଜରେ ବିତୁଛି ଓ ସମସ୍ତେ ମିଳିମିଶି ଖୁସିରେ ରହୁଛନ୍ତି।
ଏହି ୬୧ ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ଡେଭିଡ୍। ସେ କହନ୍ତି ଯେ ତାଙ୍କ ଜୀବନ ଜିଇବାର ଶୈଳୀ ହେଉଛି ରାଜା ସୁଲେମାନଙ୍କ ପରି। ରାଜା ସୁଲେମନ୍ଙ୍କର ୭୦୦ ରାଣୀ ଥିଲେ। ସେ ଯେପରି ବହୁ ବିବାହରେ ଆଗ୍ରହ ରଖୁଥିଲେ ଡେଭିଡ୍ ବି ବହୁ ପତ୍ନୀଙ୍କ ମେଳରେ ରହିବାକୁ ଖୁସି ହୁଅନ୍ତି।
ଗଣମାଧ୍ୟମ ସଂସ୍ଥା ଅଫ୍ରିମାକ୍ସ ଇଂଲିସ୍କୁ ନିଜର ସାକ୍ଷାତ୍କାର ଦେଇ ଡେଭିଡ୍ କହିଛନ୍ତି ତାଙ୍କ ମସ୍ତିଷ୍କ ଖୁବ୍ ପ୍ରଖର ଚାଲେ। ତାଙ୍କୁ ସମ୍ଭାଳିବାକୁ ଜଣେ ପତ୍ନୀ ଯଥେଷ୍ଟ ନୁହେଁ। ଏହି କାରଣରୁ ସେ ଜଣେ ପରେ ଜଣେ ୧୫ ଜଣଙ୍କୁ ବିବାହ କରି ସାରିଲେଣି।
ସେ ଆହୁରି ବି କହିଛନ୍ତି, ‘ମୋର ୧୫ ବଦଳରେ ୨୦ ଜଣ ସ୍ତ୍ରୀ ଥିଲେ ବି କିଛି ଅସୁବିଧା ହୋଇ ନଥାନ୍ତା। ମୁଁ ରାଜା ସୁଲେମାନଙ୍କ ପରି। ତାଙ୍କର ୭୦୦ ଜଣ ରାଣୀ ଓ ୩୦୦ ଦାସୀ ଥିଲେ। ଡେଭିଡ୍ ବି ନିଜ ପତ୍ନୀମାନଙ୍କ ସହ ବେଶ୍ ଖୁସି ଅଛନ୍ତି।