ଏମିତି ଏକ ଗାଁ, ଯେଉଁଠି ଆତଙ୍କବାଦୀଙ୍କ ମାଂସ କୁକୁରଙ୍କୁ ଖାଇବାକୁ ଦିଆଯାଏ

ଜମ୍ମୁ: ଆତଙ୍କବାଦୀଙ୍କ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆତଙ୍କବାଦୀଙ୍କୁ ମଧ୍ୟ ପାଲଟା ଜବାବ ଦେବା ପାଇଁ ସରକାର ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ତେବେ ଆତଙ୍କବାଦୀଙ୍କ କଥା ଶୁଣିଲେ ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠି ଥାଏ। ତେବେ ଆସନ୍ତୁ ଜାଣିବା ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠାରେ କି ଆତଙ୍କବାଦୀଙ୍କୁ ହତ୍ୟା କରିବା ସହିତ ସେମାନଙ୍କ ମାଂସ କୁକୁରକୁ ଖାଇବାକୁ ଦିଆଯାଏ।

ଭାରତର କଶ୍ମୀରର କାକା ହିଲ୍‌ ଗ୍ରାମରେ ବସବାସ କରୁଥିବା ଅଧିବାସୀମାନେ ଆତଙ୍କବାଦୀ ପ୍ରବେଶକୁ ନେଇ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ଶେଷରେ ଗ୍ରାମବାସୀ ସବୁକିଛି ଛାଡ଼ି ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀଙ୍କ ସହିତ ଲଢ଼ିବାକୁ ଆଗେଇ ଆସିଥିଲେ। ଗ୍ରାମବାସୀ ନିଜର ଓ ଅନ୍ୟମାନଙ୍କ ମନରୁ ଆତଙ୍କବାଦୀଙ୍କ ପ୍ରତି ଥିବା ଡରକୁ ହଟାଇ ଦେଇଥିଲେ।

କଶ୍ମୀରର କାକା ହିଲ୍‌ ଗ୍ରାମର ଏକ କହାଣୀ ରହିଛି। ଏଠାରେ ମୁସା ନାମକ ଏକ ଆତଙ୍କବାଦୀ ରହୁଥିଲା। ଯିଏକି ଗ୍ରାମବାସୀଙ୍କୁ ଡରାଇ ଧମକାଇ ନିଜର ଆୟତ୍ତରେ ରଖିଥିଲା। ସେ ଯେପରି କହୁଥିଲା ଗ୍ରାମବାସୀ ସେପରି କରୁଥିଲେ। ଯେଉଁମାନେ ମୁସାର କଥା ମାନନ୍ତି ନାହିଁ ସେମାନଙ୍କୁ ଏହି ଆତଙ୍କବାଦୀ ହତ୍ୟା କରି ଦେଇଥାଏ। ଏକଦା ଗ୍ରାମବାସୀ ଓ ମୁସା ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୁସାକୁ ହତ୍ୟା କରି ଦେଇଥିଲେ। ଆତଙ୍କବାଦୀ ମୁସା ମରିବା ପରେ ଲୋକମାନେ ଗ୍ରାମରେ ତା’ର କବର କରିବା ପାଇଁ ମନା କରି ଦେଇଥିଲେ। ତା’ର ମୃତଦେହକୁ କୁକୁରଙ୍କୁ ଖାଇବାକୁ ଦେଲେ ହିଁ ସେମାନଙ୍କୁ ସନ୍ତୁଷ୍ଟି ମିଳିବ ବୋଲି ଗ୍ରାମବସୀ ନିଷ୍ପତି କରିଥିଲେ। ମୁସାର ମୃତଦେହକୁ ଶେଷରେ କୁକୁରଙ୍କୁ ଖାଇବାକୁ ଦିଆଯାଇଥିଲା। ଏହାପରଠାରୁ ଏହି ଗ୍ରାମରେ ଯେତେ ବି ଆତଙ୍କବାଦୀଙ୍କ ମୃତଦେହ ମିଳେ ଗ୍ରାମବାସୀ ତାହାକୁ କୁକୁରକୁ ଖାଇବାକୁ ଦେଇ ଥାଆନ୍ତି।

ଏହି ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କ କହିବାନୁସାରେ, ୨୦୦୩ରେ ଆତଙ୍କବାଦୀ ଯୁବପୀଢୀଙ୍କୁ ‘ଜିହାଦ’ ନାମରେ ଆତଙ୍କବାଦୀ ହେବା ପାଇଁ ପବର୍ତ୍ତାଇ ଥିଲେ। କିନ୍ତୁ ଗ୍ରାମବାସୀ ଆତଙ୍କବାଦୀଙ୍କ କଥାରେ ରାଜି ହୋଇ ନଥିଲେ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କାର ଲାଞ୍ଚ ମଧ୍ୟ ଯାଚିଥିଲେ।

ଏହି ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କ କହିବାନୁସାରେ, ୨୦୦୩ରେ ଆତଙ୍କବାଦୀ ଯୁବପୀଢୀଙ୍କୁ ‘ଜିହାଦ’ ନାମରେ ଆତଙ୍କବାଦୀ ହେବା ପାଇଁ ପବର୍ତ୍ତାଇ ଥିଲେ। କିନ୍ତୁ ଗ୍ରାମବାସୀ ଆତଙ୍କବାଦୀଙ୍କ କଥାରେ ରାଜି ହୋଇ ନଥିଲେ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କାର ଲାଞ୍ଚ ମଧ୍ୟ ଯାଚିଥିଲେ।

ଏଠାକାର ‘ଗୁଜ୍ଜର ସମୁଦାୟ’ର ଲୋକମାନେ ଆତଙ୍କବାଦୀଙ୍କ ଅତ୍ୟଚାର ସହ୍ୟ କରି ନପାରି ‘ଜମ୍ମୁ ପିସ ମିସନ’ ନାମରେ ଏକ ଦଳ ଗଠନ କରି ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ଗ୍ରାମରେ ଯେତିକି ବି ଆତଙ୍କବାଦୀ କବ୍‌ଜା କରି ରହିଥିଲେ ସମସ୍ତେ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର