ଯଦି ଆପଣ ଭାରତବର୍ଷର ପ୍ରକୃତ ସ୍ୱରୂପ ଦେଖିବାକୁ ଚାହାଁନ୍ତି , ଆସନ୍ତୁ ଏସବୁ ଗାଆଁକୁ

ଯଦି ଆପଣ ଭାରତବର୍ଷର ପ୍ରକୃତ ସ୍ୱରୂପ ଦେଖିବାକୁ ଚାହାଁନ୍ତି,ତେବେ ଏହି ସବୁ ଗାଆଁକୁ ଯାଆନ୍ତୁ। ଆସନ୍ତୁ ଜାଣିବା ସେହି ଗାଆଁଗୁଡ଼ିକ ସଂପର୍କରେ…
ତୋଶ୍‌ :ହିମାଚଳ ପ୍ରଦେଶର ପ୍ରାକୃତିକ ପରିବେଶରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଏକ ଗାଆଁ ହେଲା‘ତୋଶ୍‌’।ଏହି ଗାଆଁକୁ ଇସ୍ରାଏଲ ଓ ୟୁରୋପରୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି।
ମାବଲିନନାଙ୍ଗ୍‌ ଗ୍ରାମ:- ଏସିଆର ସବୁଠାରୁ ପରିଷ୍କାର ପରିଚ୍ଛନ ଗ୍ରାମ ଭାବେ ପରିଚିତ ମାବଲିନନାଙ୍ଗ୍‌ ଗ୍ରାମ। ଏହା ମେଘାଳୟର ରାଜଧାନୀ ସିଲଙ୍ଗଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ଅବସ୍ଥିତ।
ତର୍କାରଲୀ:ମହାରାଷ୍ଟ୍ରର ଏହି ଗାଆଁଟି ବେଶ୍‌ ମନୋରମ। ଷୋଡଶ ଶତାବ୍ଦୀରେ ଛତ୍ରପତି ଶିବାଜୀ ଏହି ଗ୍ରାମର ପ୍ରତିଷ୍ଠା କରିଥିଲେ। ଏଠାରେ ଅନେକ ପ୍ରକାରର ଜଳକ୍ରୀଡ଼ାର ମଜା ଉଠାଇପାରିବେ ପର୍ଯ୍ୟଟକ। ସମୁଦ୍ର ତଟରେ ଅବସ୍ଥିତ ଏହି ଗାଆଁକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି।

photo-amarujala

ମାଣା :- ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ମାଣା  ଭାରତର ଶେଷ ଗ୍ରାମ। ବଦ୍ରିନାଥଠାରୁ ଏହାର ଦୂରତା ମାତ୍ର ତିନି କିଲୋମିଟର। ଏଠାରେ ଥିବା ଗଣେଶ ଗୁମ୍ଫା ସବୁଠାରୁ ରୋମାଞ୍ଚକର ସ୍ଥଳ। ତା’ଛଡ଼ା ଏହି ଗାଆଁରେ ଥିବା ବ୍ୟାସ ଗୁମ୍ଫା,ତପ୍ତ କୁଣ୍ଡ ଓ ନୀଳକଣ୍ଠ ପିକେ ଆଦି ମଧ୍ୟ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର