ଭି ଆଇପିଙ୍କ ପଛରେ ଠିଆ ହୋଇଥିବା ବଡିଗାର୍ଡ କାହିଁକି କଳାଚଷମା ପିନ୍ଧିଥାନ୍ତି?

ଆପଣ କୌଣସି ଭି ଆଇପିଙ୍କ ପଛରେ ଠିଆ ହୋଇଥିବା ବଡିଗାର୍ଡଙ୍କୁ ଭଲଭାବେ ଲକ୍ଷ୍ୟ କରିଛନ୍ତି? ଯଦି ଠିକ୍‌ଭାବେ ଦେଖିଥିବେ,ତେବେ ନିଶ୍ଚିତ ଭାବେ ଜାଣିପାରିବେ ଯେ ସେମାନଙ୍କ ଆଖି ଉପରେ କଳା ଚଷମା ଥାଏ। ଏବେ ଆସନ୍ତୁ ଜାଣିବା କାହିଁକି ସୁରକ୍ଷା କର୍ମୀମାନେ କଳା ଚଷମା ପିନ୍ଧିଥାନ୍ତି। ସୁରକ୍ଷା କର୍ମୀମାନଙ୍କୁ ଶତ୍ରୁର କାରନାମା ଜାଣିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ନିଜ ଆଖି ଜରିଆରେ ଶତ୍ରୁର ଆଗାମୀ ପଦକ୍ଷେପ ଜାଣିପାରନ୍ତି। ଏଥିପାଇଁ ସୁରକ୍ଷା କର୍ମୀ ଆଖି ଉପରେ ସନଗ୍ଲାସ ଲଗାଇଥାଆନ୍ତି।

ଯଦି ସାମ୍ନାରେ କୌଣସି ଆକସ୍ମିକ ଦୁର୍ଘଟଣା ଘଟିଲା ବା ଗୁଳିଗୋଳା ଚାଲିଲା, ତେବେ ଏହି ସଂପର୍କରେ ତାଙ୍କର ଆଖି ହିଁ ସେଥିରୁ ସେଲିବ୍ରିଟିଙ୍କୁ ରକ୍ଷା କରିହେବ। ତା’ଛଡା ମନୋବୈଜ୍ଞାନିକ କାରଣ ବି ରହିଛି ଏହି କ୍ଷେତ୍ରରେ। ସବୁଠାରୁ ସାଧାରଣ କଥା ହେଲା ଯେ ଭିଆଇପିଙ୍କ ପଚରେ ଦୌଡାଦୌଡି କରୁଥିବା ବେଳେ କାଳେ ଧୂଳି ଉଡିବ,ସେଥିପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡ଼ିଥାଏ ସୁରକ୍ଷା କର୍ମୀଙ୍କୁ। ଏହି କାରଣରୁ ମଧ୍ୟ ସେମାନେ କଳା ଚଷମା ପିନ୍ଧିଥାନ୍ତି। ଆଖିକୁ ସୁସ୍ଥ ଓ ସଫା ରଖିବା ପାଇଁ ମଧ୍ୟ କଳା ସନଗ୍ଲାସର ସହାୟତା ନିଆଯାଇଥାଏ।

ସମ୍ବନ୍ଧିତ ଖବର