ନୂଆଦିଲ୍ଲୀ: ପ୍ରକୃତି ପୁରୁଷ ଏବଂ ମହିଳାଙ୍କୁ ଭିନ୍ନଭିନ୍ନ ଭାବେ ଗଢ଼ିଛି। ସବୁଠାରୁ ବଡ ପାର୍ଥକ୍ୟ ହେଉଛି ମହିଳାମାନେ ସନ୍ତାନ ପ୍ରସବ କରୁଥିବା ବେଳେ ପୁରୁଷ ତାହା କରି ପାରନ୍ତି ନାହିଁ। ଜଣେ ମହିଳା ପୁରୁଷଙ୍କ ଶୁକ୍ରାଣୁକୁ ୯ମାସ ଧରି ଗର୍ଭରେ ରଖିବା ପରେ ଯାଇ ଏକ ସନ୍ତାନ ଜନ୍ମ ନେଇଥାଏ। କିନ୍ତୁ ପୁରୁଷ ସନ୍ତାନକୁ ଜନ୍ମ ଦେବା କଥା କେବେ ଆପଣମାନେ ଶୁଣିଛନ୍ତି କି? ହୁଏତ ଶୁଣି ନଥିବେ।

Advertisment

ନିକଟରେ ଜଣେ ପୁରୁଷ ବି ସନ୍ତାନକୁ ଜନ୍ମ ଦେଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଦେଖିବାକୁ ଗଲେ ଇଂଲଣ୍ଡର ଏକ ଦମ୍ପତି ଚର୍ଚ୍ଚାରେ ରହିଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର କେମ୍ବ୍ରିଜସାୟରରେ ରହୁଥିବା ୨୭ ବର୍ଷୀୟ ସାଲେବ ବୋଲଡେନ ଏବଂ ତାଙ୍କର ୨୫ ବର୍ଷିୟା ପତ୍ନୀ ନିୟାମ ବୋଲଡେନ ନିକଟରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସନ୍ତାନକୁ ନିୟାମଙ୍କ ସ୍ବାମୀ ସାଲେବ ଜନ୍ମ ଦେଇଛନ୍ତି।

ସେଲେବ ଜଣେ ଟ୍ରାନ୍ସଜେଣ୍ଡର ପୁରୁଷ । ନିୟାମଙ୍କ ତିନିଥର ଗର୍ଭପାତ ହୋଇଯାଇଥିଲା। ଏମିତି କି ତାଙ୍କ ଗର୍ଭରେ ୨୩ ସପ୍ତାହ ଓ ୨୭ ସପ୍ତାହର ଯାଆଁଳା ଶିଶୁ ରହିଥିଲେ। କିନ୍ତୁ ଜନ୍ମ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ।

ଏହାପରେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କର ଅଣ୍ଡା ଅପରିପକ୍ୱ ଏବଂ ଫର୍ଟିଲାଇଜ୍ କରିବାରେ ଅସମର୍ଥ ଥିବାରୁ ସେ କଦାପି ସନ୍ତାନ ପ୍ରସବ କରିପାରିବେ ନାହିଁ। ଏହାପରେ ଦମ୍ପତି ୭୭ ଲକ୍ଷ ଟଙ୍କାର ଚିକିତ୍ସା କରିବାକୁ ଚିନ୍ତା କରିଥିଲେ। ତେଣୁ ସେଲେବ ସମ୍ପୂର୍ଣ୍ଣ ଭାବେ ପୁରୁଷ ହେବାକୁ ଯେଉଁ ହରମୋନ ଇନଜେକସନ ନେଉଥିଲେ ତାହାକୁ ବନ୍ଦ କରି ଦେଇଥିଲେ।

ଚିକିତ୍ସା ଚାଲିଥିବା ବେଳେ ଦୁହେଁ ଅନଲାଇନରେ ଶୁକ୍ରାଣୁ ଦାତାଙ୍କୁ ଭେଟିଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶରେ କିନ୍ନର ସେଲେବ ମାତ୍ର ୬ ମାସ ମଧ୍ୟରେ ଗର୍ଭବତୀ ହୋଇଥିଲେ । ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।