ଇନ୍ଦୋର: ଆଜି ବି ହେଡଲାଇନରୁ ହଟୁନାହାନ୍ତି ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସା କି ତାଙ୍କୁ ନେଇ ଚର୍ଚ୍ଚା ବି ଥମିବାର ନାଁ ଧରୁନି । ସେ ଏବେ କେଉଁଠି ଅଛନ୍ତି ? ସିନେମାରେ ତାଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ? ସିନେମାରେ ସିଏ କେତେ ଟଙ୍କା ପାଇବେ ଏବଂ ତାଙ୍କର ବୟସ କେତେ ? ଏମିତି ଅନେକ ପ୍ରଶ୍ନ ୟୁଜର୍ସ ସୋସିଆଲ ମିଡିଆରେ ପଚାରୁଥିବା ବେଳେ ସିନେ ନିର୍ଦ୍ଦେଶକ ଦେଇଛନ୍ତି ଗୋଟି ଗୋଟି ପ୍ରଶ୍ନର ଉତ୍ତର ।

Advertisment

ତେବେ ମହାକୁମ୍ଭରେ ମାଳ ବିକୁଥିବା ଝିଅ ମୋନାଲିସା ରାତାରାତି ଭାଇରାଲ ହେବା ପରେ ଏବେ ହିରୋଇନ୍ ପାଲଟିଯାଇଛନ୍ତି । ତାଙ୍କ ଆଖିର କୁହୁକୀ ଚାହାଣୀ ଆଜି ତାଙ୍କୁ ନାୟିକା ସଜେଇ ଦେଇଛି । ‘ଡାଏରୀ ଅଫ୍ ମଣିପୁର’ରେ ମୋନାଲିସା ଅଭିନୟ କରିବାକୁ ଥିବା ବେଳେ ତାଙ୍କ ରୂପ ଓ ସାଜସଜ୍ଜାରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ଟ୍ରେନିଂ ଦିଆଯାଉଛି । ତାସହ ତାଙ୍କୁ ଅଭିନୟର ବି ତାଲିମ ଦିଆଯାଉଛି ।

‘ଡାଏରୀ ଅଫ୍ ମଣିପୁର’ ସିନେମାରୁ ଡେବ୍ୟୁ କରୁଥିବା ମୋନାଲିସା ଏବେ ଇନ୍ଦୋରର ଏକ ବଡ ବଙ୍ଗଳାରେ ନିଜ ପରିବାର ସହ ରହୁଛନ୍ତି । ନିର୍ଦ୍ଦେଶକ ସନୋଜଙ୍କ ସହ ୪ ଜଣ ଟିମ୍ ସଦସ୍ୟ ବି ସେଠାରେ ରହି ମୋନାଲିସାଙ୍କୁ ଆକ୍ଟିଂ ସହ ସିନେମା ଭିତ୍ତିକ ଭାଷା ଉପରେ ପ୍ରଶିକ୍ଷଣ ଦେଉଛନ୍ତି ।

ତେବେ ‘ଡାଏରୀ ଅଫ୍ ମଣିପୁର’ରେ ଭାଇରାଲ ଗାର୍ଲ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ପାରିଶ୍ରମିକ ଦିଆଯିବା ନେଇ ନିର୍ଦ୍ଦେଶକ ଖୁଲାସା କରିଛନ୍ତି । ୨୦୨୫ରେ ‘ଡାଏରୀ ଅଫ୍ ମଣିପୁର’ ରିଲିଜ୍ ହେବାକୁ ଥିବା ବେଳେ ଏହା ୧୦ କୋଟିର ବଜେଟ୍ ।