ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ସବୁବେଳେ କିଛି ନା କିଛି ମନୋରଞ୍ଜନର ଖୋରାକ ମିଳି ଚାଲିଥାଏ। କେତେବେଳେ କ’ଣ ଭାଇରାଲ୍ ହୋଇଯାଏ ତାହା କେହ କହିପାରିବେ ନାହିଁ। କେବେ କେବେ କିଛି ଫଟୋ ଓ ଭିଡିଓ ଇଣ୍ଟର୍ନେଟ୍ରେ ପବନ ପରି ଭାଇରାଲ୍ ହୋଇଥାଏ, ଯାହା ସମସ୍ତଙ୍କ ଦୃଷ୍ଟିକୁ ଟାଣି ନେଇଥାଏ।
ନିକଟରେ ଏପରି ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ଫଟୋରେ ଏକ କପଡ଼ା ଦୋକାନର ମୂର୍ତ୍ତିକୁ ଏକ ପୋଷାକ ପିନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ଲୋକେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ତୁଳନା କରୁଛନ୍ତି। ମୂର୍ତ୍ତିଟି ଅବିକଳ ବାରାକ ଓବାମାଙ୍କ ପରି ଦିଶୁଛି।
obama’s Diwali party outfit pic.twitter.com/Ny7c1Jl6le
— tired hamster sandwich (@lilcosmicowgirl) October 18, 2022
ଏକ ନୀଳ ରଂଗର ସେରୱାନି ପିନ୍ଧିଥିବା ଏହି ମ୍ୟାନିକୁଇନ୍ ବା ମୂର୍ତ୍ତିକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଖୁବ୍ ମଜାଦାର କମେଣ୍ଟ୍ ସବୁ କରିବାରେ ଲାଗିଛନ୍ତି। କିଏ କହିବାରେ ଲାଗିଛି ଯେ ବାରାକ ଓବାମାଙ୍କ ଦୀପାବଳି ପୋଷାକ ତ ପୁଣି କିଏ କହୁଛି ଇଏ ତ ବାରାକ ଓବାମାଙ୍କ ପ୍ରତିମୂର୍ତ୍ତି।
ଗ୍ରାହକଙ୍କୁ ନିଜ ଦୋକାନ ଆଡ଼େ ଆକୃଷ୍ଟ କରିବା ପାଇଁ ଦୋକାନୀମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ଏହା ବି ଦୋକାନୀଙ୍କର ଏକ ବ୍ୟବସାୟ କୌଶଳ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି।
ଅବଶ୍ୟ ଏହି ଦୋକାନଟି କେଉଁଠିକାର ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମାତ୍ର ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ସ୍ଥାନର ନାମ ଲେଖି ଅନୁମାନ ଲଗାଉଛନ୍ତି।