ଦେଖନ୍ତୁ କିଭଳି ଭାବେ ଡଙ୍ଗାରୁ ପାଣିକୁ ଡେଇଁ ପଡ଼ୁଛି ବାଘ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବାଘମାନଙ୍କୁ ଶିକାର କରୁଥିବା କିମ୍ବା ସେମାନଙ୍କୁ ବାସସ୍ଥାନରେ ବିଶ୍ରାମ ନେଉଥିବା ଭିଡିଓ ଅନେକ ସମୟ‌ରେ ସାମ୍ନାକ ଆସିଥାଏ। ନିକଟରେ ବାଘକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପରବୀନ କାସୱାନଙ୍କ ଟ୍ୱିଟରରେ ସେୟାର କରାଯାଇଛି। ଏହି ଭିଡିଓକୁ ପଶ୍ଚିମବଙ୍ଗର ସୁନ୍ଦରବନରେ ସୁଟିଂ କରାଯାଇଥିବା କୁହାଯାଉଛି। ଯଦିଓ ଏହି ଭିଡିଓଟି ପୁରୁଣା କିନ୍ତୁ ପୁଣିଥରେ ଏହି ଭିଡିଓ ସାମ୍ନାକୁ ଆସି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଭିଡିଓରେ ଏକ ବାଘକୁ ଜଙ୍ଗଲରେ ଛାଡିବା ପାଇଁ ଅଣା ଯାଇଥିଲା। ଏହି ସମୟରେ ସେ ଡଙ୍ଗାରୁ ଆଶ୍ଚର୍ଯ୍ୟଜନକ ଭାବେ ଡେଇଁ ପଡ଼ୁଥିବା ଦେଖିବାକୁ ମିଳୁଛି। ବାଘର ଆଶ୍ଚର୍ଯ୍ୟଜନକ ଲମ୍ଫ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।

 

ବାଘର ଏଭଳି ଲମ୍ଫ ମାରିବାର ଭିଡିଓ ୫୦ହଜାରରୁ ଅଧିକ ଥର ଲୋକେ ଦେଖି ସାରିଲେଣି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

 

ସମ୍ବନ୍ଧିତ ଖବର