ଖୁଆଇବା ବେଳେ ଯୁବତୀଙ୍କ ହାତକୁ କାମୁଡ଼ି ନିଜ ଆଡ଼େ ଭିଡ଼ିନେଲା କୁମ୍ଭୀର, ଦେଖନ୍ତୁ ତା’ପରେ କ’ଣ ହେଲା…

ଭାଇରାଲ୍‌ ଭିଡିଓ: କୁମ୍ଭୀର ହାବୁଡ଼ରୁ ବଞ୍ଚିବା ଏକ ନୂଆ ଜୀବନ ପାଇବା ସହ ସମାନ। କାରଣ କୁମ୍ଭୀରମାନଙ୍କ ଦାନ୍ତ ଏପରି ଧାରୁଆ ହୋଇଥାଏ ସେଥିରେ ଥରେ କିଛି ପଡ଼ିଗଲେ ବାହାରିବା ମୁସ୍‌କିଲ୍‌। ଥରେ କୁମ୍ଭୀର ପାଟିରେ ଯିଏ ପଡ଼ିଲା ତା’ର ଜୀବନ ଗଲା ବୋଲି ଜାଣନ୍ତୁ। ମାତ୍ର ବେଳେ ବେଳେ ଭଗବାନଙ୍କ  କୃପାରୁ ସେପରି ଘଟିନଥାଏ।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ କୁମ୍ଭୀରଙ୍କୁ ଖାଇବାକୁ ଦେଉଥିବା ବେଳେ ଯୁବତୀଙ୍କ ହତ ଧରି ନିଜ ଆଡ଼କୁ ଭିଡ଼ିନେଲା କୁମ୍ଭୀରଟି। ଯୁବତୀ ଜଣକ ଯେତେ ଚେଷ୍ଟା କଲେ ବି କୁମ୍ଭୀର ପାଟିରୁ ତାଙ୍କ ହାତ କାଢ଼ି ଆଣିପାରିଲେ ନାହିଁ।

ସେ ସମୟ‌ରେ ଅନ୍ୟ ଜଣେ ବ୍ୟକ୍ତି କୁମ୍ଭୀର ଥିବା ପାଣି କୁଣ୍ଡ ଭିତରକୁ ପଶି ଯୁବତୀଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। କୁମ୍ଭୀରଟିର ବୟସ ୧୧ ବର୍ଷ। ଯୁବତୀ ଜଣକ କୁମ୍ଭୀର ଦେଖିବାକୁ ଆସିଥିବା ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ କୁମ୍ଭୀରକୁ ଖାଇବାକୁ ଦେଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା। ପିଲାମାନଙ୍କ ଦଳରେ ଥିବା ଜଣେ ବ୍ୟକ୍ତି ଏହି ପରିସ୍ଥିତିରେ କୁମ୍ଭୀରକୁ ମାଡ଼ି ବସିବାରୁ ଯୁବତୀ ଜଣକ ନିଜକୁ ବଞ୍ଚାଇ ପାରିଲେ।

 

ଯୁବତୀ ଜଣକ କହିଛନ୍ତି କି ସେ ଯେଉଁଭଳି ଭାବେ ମୋ ହାତକୁ କାମୁଡ଼ିଥିଲା ମୋତେ ଲାଗୁଥିଲା ମୋ ହାତ ଆଉ ରହିବନି। ଏ ସଂପୂର୍ଣ୍ଣ ଘଟଣା ଭିଡିଓରେ ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର