ସାଙ୍ଗଠାରୁ ପ୍ରତିଶୋଧ ନେବାକୁ ପିଚକାରୀରେ ନାଳ ପାଣି ଭର୍ତ୍ତି କରୁଥିବା କୁନି ବାଳକର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଦେଶସାରା ପାଳନ ‌ହେଉଛି ରଂଗର ପର୍ବ ହୋଲି। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ଧରରି ପର୍ବପର୍ବାଣୀ ପଳନ ପୂରା ବନ୍ଦ ରହିବା ବେଳେ ଚଳିତବର୍ଷ ସାମାନ୍ୟ କୋହଳ ହୋଇଛି। ଏଥି‌ଯୋଗୁ ଲୋକମାନେ ବିଭିନ୍ନ ଉପାୟରେ ହୋଲି ମନାଉଛନ୍ତି।

ହୋଲିରେ ରଂଗ ଖେଳିବା ସମୟରେ ପିଚକାରୀ, ଟମା‌ଟର୍‌, ଅଣ୍ଡା ଆଦି ମାଡ଼ ପ୍ରାୟ ଅଧିକାଂଶ ଲୋକ ନିଜର ଉତ୍ସବକୁ ନିଆରା ବନାଇବା ଚେଷ୍ଟାରେ ଲାଗିପଡ଼ନ୍ତି।

ହୋଲି ମନାଉଥିବା ବେଳେ ଏବେ ଇଣ୍ଟର୍‌ନେଟ୍‌ରେ ଦେଖିବାକୁ ମିଳିଛି ଏକ ମଜାଦାର ଭିଡିଓ। ଭିଡିଓଟି‌ରେ ଦେଖିବାକୁ ମିଳିଛି ‌ଯେ ଜଣେ ଛୋଟ ପିଲାଟି ନିଜ ସାଙ୍ଗ ଉପରେ ରାଗରେ ଆସି ପିଚ୍‌କାରୀରେ ନାଳରୁ ପାଣି ଭର୍ତ୍ତି କରି ଧାଇଁ ଯାଉଛି। ସେ ପ୍ରତିଶୋଧ ନେବାକୁ ଏପରି କରୁଥିବା ଜାଣିବାକୁ ମିଳିଛି। ତାକୁ ତା’ ସାଙ୍ଗ ରଂଗ ବୋଳିଥିବାରୁ କୁନି ପିଲାଟି ସାଙ୍ଗ ଉପରକୁ ନାଳପାଣି ଫିଙ୍ଗିବା ଯୋଜନା କରୁଥିବା ବେଳର ଭିଡିଓ ଭାଇରାଲ୍‌ ହୋଇଛି।

 

ସାଙ୍ଗଟି କୁନି ପିଲାକୁ ରଂଗ ବୋଳି ପଳାଇ ଯିବାରୁ କୁନି ପିଲାଟି ରାଗରେ ଆସି ନିଜ ପିଚକାରୀ ଧରି ଯାଇ ନାଳରୁ ପାଣି ଭର୍ତ୍ତି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତ ୟୁଅର୍‌ଫନ୍‌ଜୋନ୍‌ ନାମକ ଜଣେ ବ୍ୟବହାରକାରୀ। ଏହି ଭିଡିଓଟିକୁ ଦେଖିବା ପରେ ସୋସିଆଲ୍‌ ମିଡିଓ ବ୍ୟବହାରକାରୀମାନେ ବହୁ ମଜାଦାର କମେଣ୍ଟ୍‌ ସବୁ ଦେଇଛନ୍ତି।

ସମ୍ବନ୍ଧିତ ଖବର