ସ୍ତ୍ରୀର ଦୁଃଖ ଦୂର କରିବାକୁ ୯୦ ହଜାର ଟଙ୍କାର ଗାଡ଼ି କିଣିଲେ ଭିକ୍ଷୁକ

ଛିନ୍ଦୱାଡ଼ା: କୁହାଯାଏ ଭଲପାଇବାରେ ଉଚ୍ଚ, ନୀଚ, ଧନୀ, ଗରିବ ଦେଖାଯାଏନି। ଜଣେ ଭିକାରୀଙ୍କର ତାଙ୍କ ପତ୍ନୀଙ୍କ ପ୍ରତି ଥିବା ଭଲପାଇବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିବା ସନ୍ତୋଷ ତାଙ୍କ ପତ୍ନୀଙ୍କ ପାଇଁ ଏକ ମୋପେଡ୍‌ କିଣି ତାଙ୍କୁ ଉପହାର ଆକାରରେ ଦେଇଛନ୍ତି। ଏବେ ସେହି ମୋପେଡ୍‌ରେ ବସି ଉଭୟ ପତି-ପତ୍ନୀ ଭିକ୍ଷାବୃତ୍ତି କରିବାକୁ ବାହାରୁଛନ୍ତି।

ସନ୍ତୋଷ ସାହୁ ଓ ତାଙ୍କ ପତ୍ନୀ ମୁନ୍ନି ସାହୁ ଛିନ୍ଦୱାଡ଼ା ଜିଲ୍ଲାର ଅମରୱାଡ଼ାର ବାସିନ୍ଦ‌ା। ସନ୍ତୋଷ ଜଣେ ଦିବ୍ୟାଙ୍ଗ। ସେ ତାଙ୍କ ପାଦରେ ଚାଲିପାରନ୍ତି ନାହିଁ। ସେ ଏକ ଟ୍ରାଇ-ସାଇକେଲ୍‌ରେ ବୁଲି ବୁଲି ଭିକ୍ଷା ମାଗନ୍ତି ଓ ପତ୍ନୀ ତାଙ୍କୁ ସାହାଯ୍ୟ କରନ୍ତି।

ସନ୍ତୋଷ କହିଛନ୍ତି ଯେ ସେ ନିଜେ ଟ‌୍ରାଇ-ସାଇକେଲ୍‌ରେ ବସନ୍ତି। ତାଙ୍କ ପତ୍ନୀ ସାଇକେଲ୍‌କୁ ଧକ୍କା ଦେଇ ଦେଇ ବାଟ କଢ଼େଇ ନିଅନ୍ତି। ମାତ୍ର ବେଳେ ବେଳେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼େ। କେଉଁଠି ଖାଲ ଢ଼ିପ ଥିଲେ ସେ ସାଇକେଲ୍‌କୁ ବହୁ କଷ୍ଟରେ ଧକ୍କା ଦେଇ ଦେଇ ଆଗକୁ ଯାଆନ୍ତି।

www.aajtak.in

ଏପରିସ୍ଥିତିରେ କେହି ଜଣେ ତାଙ୍କୁ ଏକ ମୋପେଡ୍‌ ନେବାର ପରାମର୍ଶ ଦେଲେ। ମୋପେଡ୍‌ ନେଲେ ସେ ଓ ତାଙ୍କ ପତ୍ନୀ ଉଭୟ ସେଥିରେ ବସିକି ବିଭିନ୍ନ ସ୍ଥାନକୁ ଯାଇପାରିବେ ବୋଲି ଶୁଣିବା ପରେ ସେ ମୋପେଡ୍‌ କିଣିଛନ୍ତି। ସେଥିପାଇଁ ତାଙ୍କୁ ୯୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

ଏହି ପତି-ପତ୍ନୀ ମନ୍ଦିର, ବସ୍‌ଷ୍ଟାଣ୍ଡ୍‌ ଓ ଦର୍ଘା ଯାଇ ଭିକ ମାଗନ୍ତି। ଏହି ଭିକ୍ଷାବୃତ୍ତିରେ ପତି-ପତ୍ନୀଙ୍କର ଦିନକୁ ୩୦୦ରୁ ୪୦୦ ଟଙ୍କା ଭଳି ଯୋଗାଡ଼ ହୋଇଯାଏ।

ସମ୍ବନ୍ଧିତ ଖବର