ଜୟମାଳା ବଦଳର ଟିକିଏ ପୂର୍ବରୁ ବିବାହରୁ ପଛକୁ ହଟିଲେ କନ୍ୟା, ଦେଖନ୍ତୁ ପୂରା ଭିଡିଓ

ଭାଇରାଲ୍‌ ଭିଡିଓ: ଆପଣ ଭାରତୀୟ ବିବାହ ସମୟର ଅନେକ ଭାଇରାଲ୍‌ ଭିଡିଓ ଦେଖିଥିବେ। କେଉଁଠି କନ୍ୟାଙ୍କ ଜବରଦସ୍ତ ନୃତ୍ୟ ଭିଡିଓ ତ ପୁଣି କେଉଁଠି ବର ଦେଉଥିବା ନିଆରା ସର୍‌ପ୍ରାଇଜ୍‌। ତେବେ, ନିକଟରେ ଇଣ୍ଟର୍‌ନେଟ୍‌‌ରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଭିଡିଓରେ କନ୍ୟା ଜଣକ ଜୟମାଳା ରୀତିର ଟିକିଏ ପୂର୍ବରୁ ବିବାହରୁ ପଛକୁ ହଟି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓଟି ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇଛି। ଭିଡିଓରୁ ଦେଖି ଯାହା ଜଣାପଡୁଛ ବର-କନ୍ୟା ଉଭୟ ଉଭୟଙ୍କୁ ପସନ୍ଦ କରୁନାହାନ୍ତି। ସେମାନଙ୍କ ଘର ଲୋକଙ୍କ କହିବାନୁସାରେ ବିବାହ ପାଇଁ ରାଜି ହୋଇଛନ୍ତି। ଜୟମାଳାର କିଛି ସମୟ ପୂର୍ବରୁ ଦେଖିବାକୁ ମିଳୁଛି ଯେ କରତାଳି ଶବ୍ଦରେ ମଞ୍ଚ ପୂରି ଉଠୁଛି। ବର-କନ୍ୟାଙ୍କୁ ସମସ୍ତେ ଉତ୍ସାହିତ କରିବାରେ ଲାଗିଛନ୍ତି। ଠିକ୍‌ ସେତିକି ବେଳେ ବର ଜଣକ କନ୍ୟାଙ୍କୁ କିଛି କହୁଛନ୍ତି, ଯାହାକି ଠିକ୍‌ ଭାବେ ଶୁଣି ହେଉନାହିଁ। ମାତ୍ର କନ୍ୟା ଜଣକ ହଠାତ ତାଙ୍କ ଫୁଲମାଳକୁ ବରକୁ ଧରାଇ ଦେଉଛନ୍ତି। ଦେଇସାରିବା ପରେ ବିବାହରୁ ଓହରି ଯାଉଛନ୍ତି। କନ୍ୟା ପକ୍ଷର ଜଣେ ମହିଳା କନ୍ୟାଙ୍କୁ ଅଟକେଇବାକୁ ଚେଷ୍ଟା କରୁଛନ୍ତି ମାତ୍ର କନ୍ୟା ଜଣକ ନଅଟକି ମଣ୍ଡପରୁ ଓହ୍ଲାଇ ତଳକୁ ପଳାଇ ଆସୁଛନ୍ତି।

ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫର୍‌ ଜଣକ କହୁଥିବାର ଶୁଣିବାକୁ ମିଳିଛି ଯେ ‘ହେ ଭଗବାନ୍‌, ଇଏ କ’ଣ କହୁଛନ୍ତି?’ କନ୍ୟାଙ୍କ ଏପରି ବ୍ୟବହାର ଦେଖିବା ପରେ ବର ଜଣକ ମଧ୍ୟ ତାଙ୍କୁ ବିବାହ କରିବାକୁ ଅରାଜି ହେଉଛନ୍ତି। କନ୍ୟା‌ଙ୍କ ମାଆ ବରଙ୍କୁ ତାଙ୍କ ଝିଅକୁ ବିବାହ କରିବାକୁ ବୁଝାଉଛନ୍ତି ମାତ୍ର ବର ଜଣକ ନିଜ ଯିଦ୍‌ରେ ଅଟଳ ଥିବା ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର