ଭାଇରାଲ୍ ଭିଡିଓ: ବିବାହ ଋତୁ ଚାଲିଥିବା ବେଳେ ଇଣ୍ଟର୍ନେଟ୍ରେ ବିବାହ ସଂପର୍କିତ କିଛି ମଜା ମଜା ଭିଡିଓ ବି ଭାଇରାଲ୍ ହେବାରେ ଲାଗିଛି। ଯଦି ଏକ ଦେଶୀ ବିବାହର କଥା ଉଠେ, ଆପଣ କେବେ ବି ନାଚ-ଗୀତକୁ ଅଣଦେଖା କରିପାରିବେ ନାହିଁ। ଦେଶୀ ବିବାହର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନାଚିବା ଓ ଗାଇବା। ନିକଟରେ ସୋସିଆଲ୍ ମିଡିଆରେ ବିବାହ କାଳର ଏକ ନୃତ୍ୟ ଭିଡିଓ ଭାଇରାଲ୍ ହୋଇଛି।
ଭିଡ଼ିଓରେ କନ୍ୟା ଜଣକ ତାଙ୍କ ସଂଗୀତ ଉତ୍ସବରେ ‘କଭି ଖୁସି କଭି ଗମ୍’ ଚଳଚ୍ଚିତ୍ରର ‘ବୋଲେ ଚୁଡ଼ିଆଁ...’ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। କନ୍ୟା ଜଣକ ହେଉଛନ୍ତି ଆକାଂକ୍ଷା ମିଶ୍ର। ଏହି ଗୀତଟି ହେଉଛି ଆକାଂକ୍ଷାଙ୍କର ପିଲାଦିନର ପ୍ରିୟ ଗୀତ। ସେ ଭିଡିଓରେ ଏକ ସୁନ୍ଦର ଲେହେଙ୍ଗା ପରିଧାନ କରି ଚମତ୍କାର ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି।
View this post on Instagram
ସେ ମଞ୍ଚ ଉପରେ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ମଞ୍ଚ ବାହାରେ ଥିବା ଅତିଥିମାନେ ତାଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି। ଭିଡିଓଟି ‘ୱେଡିଂ ମିଷ୍ଟ୍ରି’ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେୟାର ହୋଇଛି। ସେଥିରେ କ୍ୟାପ୍ସନ୍ ଲେଖାଯାଇଛି ‘କନ୍ୟା ଜଣକ ନିଜର ପିଲାଦିନର ପ୍ରିୟ ଗୀତରେ ବର ପାଇଁ ନୃତ୍ୟ ପ୍ରଦର୍ଶନ କରୁଛନ୍ତି’।
ଏହି ଭିଡିଓଟି ଏବେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି। ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର କମେଣ୍ଟ୍ ସବୁ ଦେଇଛନ୍ତି ଭିଡିଓଟିରେ।