ଭାଇରାଲ୍ ଭିଡିଓ: ପୂର୍ବରୁ ଅନେକ ଭାଇରାଲ୍ ଭିଡିଓ ଆମେ ଦେଖିଛେ। ଅନେକ ମଜା ମଜା ଭିଡିଓ ସବୁ ଦେଖିବାକୁ ମିଳିଛି। ମାତ୍ର ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିବା ପରେ ଆପଣ ନିଜର ହସ ରୋକିପାରିବେ ନାହିଁ।
ଭିଡିଓଟି ଭାଇରାଲ୍ ହେବା ପରେ ତାହାକୁ ନେଇ ଏବେ ଲୋକେ ମିମ୍ ବନାଇବା ଆରମ୍ଭ କରି ଦେଇଛନ୍ତି। ପ୍ରସ୍ତାବିତ ବିବାହ ବା ଆରେଞ୍ଜ୍ ମ୍ୟାରେଜର ପରିଣତି ଭୟାନକ ହୋଇଥାଏ ବୋଲି ମିମ୍ରେ ବାର୍ତ୍ତା ରହିଛି।
View this post on Instagram
ଭିଡିଓରେ ଦେଖିବାକୁ ମିଳିଛି ବର ଓ କନ୍ୟା ବରଣମାଳା ବଦଳାଉଥିବା ସମୟରେ ଫଟୋଗ୍ରାଫର କନ୍ୟାଙ୍କୁ ଫଟୋ ପୋଜ୍ ଦେବାକୁ କହୁଛନ୍ତି। ସେହି ସମୟରେ କନ୍ୟା ଜଣକ କ୍ୟାମେରା ଆଡ଼େ ମୁହଁ କରି ହସିବା ବଦଳରେ ରାଗିକି ଅନାଉଛନ୍ତି। ବଡ଼ ବଡ଼ ଆଖି କରି ଏପରି ରାଗିକି ଅନାଉଛନ୍ତି ଯେ ଯେପରି ଫଟୋଗ୍ରାଫରଙ୍କ ସହ ତାଙ୍କର କିଛି ଶତ୍ରୁତା ରହିଛି।
ଲୋକେ ଏହି ଭିଡିଓକୁ ନେଇ ଖୁବ୍ ମଜାକ ଉଡ଼ାଇବା ସହ ପ୍ରସ୍ତାବିତ ବିବାହରେ ଏପରି ହୋଇଥାଏ ବୋଲି ମତ ରଖିଛନ୍ତି। ଏହି ଭିଡିଓଟିର ଏବେ ସୁଦ୍ଧା ୩୯୩ ହଜାର ଭିୟୁ ହୋଇ ସାରିଲାଣି। ଏହାକୁ ଇନ୍ଷ୍ଟାଗ୍ରାମ୍ରେ ୧୬ ହଜାର ଲାଇକ୍ ମିଳି ସାରିଲାଣି।